ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2022/11/Rajeev-Kumar-Election-Commission-of-India-EDITED.jpg)
ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିବ ‘ଜେଡ୍’ କାଟାଗୋରି ସୁରକ୍ଷା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଜେଡ୍ କାଟାଗୋରିରେ ରାଜୀବ କୁମାରଙ୍କ ସୁରକ୍ଷା ପାଇଁ ଏନଏସଜି ଓ ସିଆରପିଏଫ କମାଣ୍ଡୋଙ୍କ ସମେତ ମୋଟ ୪୦ରୁ ୪୫ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ। ଏଥିରେ ରାଜୀବ କୁମାରଙ୍କ ବାସଭବନ ନିକଟରେ ୧୦ ଜଣ ସଶସ୍ତ୍ର ସୁରକ୍ଷାକର୍ମୀ ସବୁବେଳେ ମୁତୟନ ରହିବେ।
ଗୁଇନ୍ଦା ବିଭାଗର ଥ୍ରେଟ୍ ପରସେପସନ ରିପୋର୍ଟ(ଟିପିଆର) ଆଧାରରେ ରାଜୀବ କୁମାରଙ୍କ ସୁରକ୍ଷା ବଢ଼ାଯାଇଛି। ତେବେ ଉକ୍ତ ରିପୋର୍ଟର ସବିଶେଷ ତଥ୍ୟ ଗୃହ ମନ୍ତ୍ରାଳୟ ପକ୍ଷରୁ ସାର୍ବଜନୀନ କରାଯାଇନାହିଁ।
Tags: #RajivKumar #Zsecurity #CEC #ECI #HomeMinistry #India