ଓଡ଼ିଶାଲାଇଭ୍ ବ୍ୟୁରୋ

‘ହେ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ, ବାଲିରେଣୁ ମହାବନ୍ଧ, ‘ରଙ୍ଗ ମାଟିଲୋ…’  ଏଭଳି ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ତାଙ୍କ କଣ୍ଠ ନିଃସୃତ କାଳଜୟୀ ଗୀତ ତାଙ୍କୁ ଚିରକାଳ ଅମର ରଖିବ।

‘ରଙ୍ଗ ମାଟିଲୋ…’ ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଏବଂ ପରିଚିତ ଭଜନ, ଯାହା ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ବେଶ ଚୁଇଁ ପାରିଛି। ଏହି ଗୀତରେ ରଙ୍ଗ ମାଟିକୁ ପଞ୍ଜୁରୀ କରି ସେଥିରେ ସୁବର୍ଣ୍ଣ ସାରି ରଖିଥିବା କହୁଛନ୍ତି ଶାନ୍ତିଲତା। ସୁବର୍ଣ୍ଣ ସାରି ଦୁଇଟିକୁ ନେଇ ଖାଦ୍ୟ ଦେବାବେଳେ ଗୋଟିଏ ଖାଇଲା ଏବଂ ଅନ୍ୟଟି ଖାଇଲା ନାହିଁ। ସେ କେଉଁ ଅଭିମାନରେ ଦାନା ଖାଇଲା ନାହିଁ ବୋଲି ରଙ୍ଗମାଟିକୁ ପ୍ରଶ୍ନ କରୁଛନ୍ତି ଶାନ୍ତିଲତା ବାରିକ ଛୋଟରାୟ।

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତି ସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ ଶ୍ରୀ କୃଷ୍ଣଙ୍କ ଲାଗି ସମର୍ପଣ କରିଥିବା ଦେଖିବାକୁ ମିଳେ। ତାଙ୍କ କଣ୍ଠର ସମସ୍ତ ଭଜନ ଭାବପୂର୍ଣ୍ଣ ଏବଂ ଶ୍ରୁତି ମଧୂର। ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି।

Tags: #ShantilataBarikChhotray #OdiaBhajana #OdiaSong #Singer #ClassicalMusic

LEAVE A REPLY

Please enter your comment!
Please enter your name here