ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଦେଶରେ ବିରାଟ ରାଜନୈତିକ ଝଡ଼ ସୃଷ୍ଟି କରିଛି କର୍ଣ୍ଣାଟକର ମାନ୍ୟବର ସାଂସଦ ପ୍ରଜ୍ଜ୍ଵଳ ରେଭନ୍ନାଙ୍କ ଯୌନ କେଳେଙ୍କାରୀ। ଏହା ଆମ ଦେଶରେ ରାଜନୀତିର ଏକ ଘୃଣ୍ୟ ଚିତ୍ରକୁ ଲୋକଲୋଚନକୁ ଆଣିଛି।

ପ୍ରଜ୍ୱଳ ରେବନ୍ନା। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ନାତି। କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଜେଡିଏସ୍ ସାଂସଦ। ଏହି ଜନପ୍ରତିନିଧିଙ୍କ ନାଁରେ ଆସିଛି ସିରିଜ୍ ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ।

ଗମ୍ଭୀର ଅଭିଯୋଗ ହେଉଛି ଯେ, ପ୍ରଜ୍ୱଳ ଶତାଧିକ ମହିଳାଙ୍କୁ ଯୌନ ଶୋଷଣ କରିବା ସହ ପୀଡ଼ିତା ମହିଳାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରି ସେମାନଙ୍କୁ ବ୍ଲାକମେଲ୍ କରୁଥିଲେ। ଏଭଳି ପ୍ରାୟ ୩ ହଜାର ଭିଡିଓ ଥିବା ଶହ ଶହ ପେନଡ୍ରାଇଭ ବିଭିନ୍ନ ପବ୍ଲିକ ପ୍ଲେସରୁ ମିଳିବା ପରେ ଖୋଲିଛି ଏହି ଯୌନ କେଳେଙ୍କାରୀର ପରଦା।

ଓଡ଼ିଶାଲାଇଭର ବିଶେଷ କାର୍ଯ୍ୟକ୍ରମ ‘ପଏଣ୍ଟ ବ୍ଲାଙ୍କ’ରେ ଦେଖନ୍ତୁ ଏହି ଲଜ୍ଜାଜନକ ତଥା ଦେଶର ସବୁଠାରୁ ବଡ଼ ଯୌନ ଶୋଷଣର କ୍ରାଇମ ଫାଇଲ।

Tags: #KarnatakaSexScandal #PrajwalRevanna #ViralVideos #Politics #JDS #Karnataka #India #PointBlank

Comment