ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
‘‘ଆମ ସମୟରେ ପିରିୟଡସ ବିଷୟରେ ଖୋଲା ଆଲୋଚନା କରିବା ଯେମିତି ପାପ ଥିଲା। ଏ ବିଷୟରେ ବଡ଼ ପାଟିରେ କଥା ନହେବାକୁ ଆମକୁ କୁହାଯାଇଥିଲା। ତେଣୁ ଆମର କିଛି ଅସୁବିଧା ହେଲେ କାହାକୁ କିଛି ପଚାରି ପାରୁନଥିଲୁ। କିନ୍ତୁ ଏବେ ସମୟ ବଦଳିଲାଣି’’, କହନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ।
ପିରିୟଡସ୍ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।
Tags: #Let’sTalkPeriods #PeriodFriendlyWorld #BreaktheTaboo #MHDay2024