ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ୠତୁସ୍ରାବ ସମୟରେ ମହିଳାମାନଙ୍କର ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଦେଖାଯାଏ, ଯେପରିକି ୠତୁସ୍ରାବରେ ଅନିୟମିତତା, ପେଟ ବ୍ୟଥା, ପିସିଓଏସ୍। ଅନେକ ସମୟରେ ମହିଳାମାନେ ଏହି ସମସ୍ୟାକୁ ଅଣଦେଖା କରି ଅନେକ ଜଟିଳ ସମସ୍ୟାର ସାମ୍ନା କରିଥାଆନ୍ତି। ଆସନ୍ତୁ, ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଚିନ୍ମୟୀ କରଙ୍କଠାରୁ ଏନେଇ ଅଧିକ ଜାଣିବା।
ପିରିୟଡସ୍ ସମୟରେ କିପରି ସ୍ଵଚ୍ଛତା ପ୍ରତି ଧ୍ୟାନ ରଖିବେ ତଥା ପିରିୟଡ୍ସ ସହ ଜଡ଼ିତ ସ୍ଵାସ୍ଥ୍ୟ ସମସ୍ୟା ପ୍ରତି ସଚେତନତା ସୃଷ୍ଟି କରିବା ଦିଗରେ ପ୍ରତି ବର୍ଷ ମେ ୨୮ ତାରିଖକୁ ବିଶ୍ଵ ଋତୁସ୍ରାବ ପରିଚ୍ଛନ୍ନତା ଦିବସ ଭାବରେ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ ପକ୍ଷରୁ ଡିଜିଟାଲ ମିଡିଆ ଅଭିଯାନ ‘ଚାଲ ପିରିୟଡସ୍ ବିଷୟରେ କଥା ହେବା’ ଆରମ୍ଭ ହୋଇଯାଇଛି। ଏହି ୧୦ ଦିନିଆ ଅଭିଯାନରେ ସହଯୋଗର ହାତ ବଢ଼ାଇଛନ୍ତି ଓଡ଼ିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟପ୍ଲସ୍।
Tags: #Let’sTalkPeriods #PeriodFriendlyWorld #BreaktheTaboo #MHDay2024