ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା ୨୦୨୪ ଲୋକସଭା ନିର୍ବାଚନ। କେଉଁ ଦଳ ଜିତିବେ କେତେ ଆସନ, ଆସିଲା ଏକଜିଟ ପୋଲ୍ ଆକଳନ।

୨୦୨୪ ନିର୍ବାଚନୀ ମହାସମର ଫଳାଫଳକୁ ସାରା ଦେଶ ଅପେକ୍ଷା କରି ରହିଥିବାବେଳେ ଏହାରି ମଧ୍ୟରେ ଆସିଛି ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥାର ଏକଜିଟ ପୋଲ୍ ଆକଳନ।

ସରିଲା ଗଣତନ୍ତ୍ରର ମହାନ ପର୍ବ। ଶନିବାର ଦିନ ସାରା ଦେଶରେ ଲୋକସଭା ନିର୍ବାଚନ ପାଇଁ ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଜୁନ ୪ ତାରିଖରେ ବାହାରିବ ରେଜଲ୍ଟ। କିନ୍ତୁ ନିର୍ବାଚନ ଶେଷ ହେଉ ହେଉ ସାମ୍ନାକୁ ଆସିଛି ବିଭିନ୍ନ ଗଣମାଧ୍ୟମ ଏବଂ ସର୍ଭେ ସଂସ୍ଥାଗୁଡ଼ିକର ଏକଜିଟ ପୋଲ୍ ଆକଳନ। ଅଧିକାଂଶ ଏକଜିଟ ପୋଲ୍ ବିଜେପି ନେତୃତ୍ଵାଧୀନ ଏନଡିଏ ସପକ୍ଷରେ ଯାଇଛି। ଏଥର ଏନଡିଏ ହ୍ୟାଟ୍ରିକ୍ ବିଜୟ ହାସଲ କରିବ ବୋଲି ଏକଜିଟ ପୋଲ ଆକଳନରୁ ଅନୁମାନ କରାଯାଉଛି।

ଫେଲ୍ ମାରିବ ବିଜେପିର ୪୦୦ ପାର୍ ନାରା!

୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ନାରା ଥିଲା ଏଥର ୪୦୦ ପାର୍। କିନ୍ତୁ ଶନିବାର ଦିନ ଆସିଥିବା ଏକଜିଟ ପୋଲ୍ ତଥ୍ୟ ଅନୁସାରେ ବିଜେପି ଦେଇଥିବା ଏହି ନାରା ଫେଲ୍ ମାରିବ ବୋଲି କୁହାଯାଉଛି। କଂଗ୍ରେସ ସହ ଏକାଧିକ ବିରୋଧୀ ଦଳ ଗତ ୨୦୧୯ ଅପେକ୍ଷା ଏଥର ଭଳ ପ୍ରଦର୍ଶନ କରିବେ ବୋଲି ଏକଜିଟ ପୋଲ କହୁଛି।

କ’ଣ ରହିଛି ଏକଜିଟ୍ ପୋଲ୍ ଆକଳନ?

ଇଣ୍ଡିଆ ଟିଭି – ସିଏନଏକ୍ସର ଏକଜିଟ ପୋଲ୍ ତଥ୍ୟ ଅନୁଯାୟୀ ବିଜେପି ନେତୃତ୍ଵାଧୀନ ଏନଡି ୩୭୧-୪୦୧, ଇଣ୍ଡି ଆଲାଏନ୍ସ ୧୦୯-୧୩୯ ଏବଂ ଅନ୍ୟାନ୍ୟ ଦଳ ୨୮-୩୮ ଆସିନ ଜିତିବେ।

ସେହିପରି ଲୋକପୋଲ – ମେଗାର ତଥ୍ୟ ଅନୁଯାୟୀ ଏନଡିଏ ୩୨୫-୩୩୫, ଇଣ୍ଡି ଆଲାଏନ୍ସ ୧୫୫-୧୬୫ ଏବଂ ଅନ୍ୟାନ୍ୟ ଦଳ ୪୮-୫୫ ଆସନରେ ଜିତିବେ।

ରିପବ୍ଲିକ ଟିଭି – ପି ଏମଏଆରକ୍ୟୁର ଏକଜିଟ ପୋଲ୍ ଅନୁଯାୟୀ ଏନଡିଏ ୩୫୯, ଇଣ୍ଡି ଆଲାଏନ୍ସ ୧୫୪ ଏବଂ ଅନ୍ୟାନ୍ୟ ଦଳ ୩୦ଟି ଆସନରେ ବିଜୟ ଲାଭ କରିବେ।

ଇଣ୍ତିଆ ନ୍ୟୁଜ- ଡି ଡାଇନାମିକ୍ସର ଏକଜିଟ ପୋଲ୍‌ର ଆକଳନ ଅନୁସାରେ ଏନଡିଏ ୩୭୧, ଇଣ୍ଡି ଆଲାଏନ୍ସ ୧୨୫ ଏବଂ ଅନ୍ୟାନ୍ୟ ଦଳ ୪୭ଟି ଆସନ ଜିତିବେ। 

ଜନ କି ବାତର ଆକଳନ ଅନୁସାରରେ ଏନଡିଏ ୩୬୨-୩୯୨, ଇଣ୍ଡି ଆଲାଏନ୍ସ ୧୪୧-୧୬୧ ଓ ଅନ୍ୟାନ୍ୟ ଦଳ ୧୦-୨୦ ଆସନ ଜିତିବେ।

ନ୍ୟୁଜ ନ୍ୟାସନର ଅକଳନ ଅନୁସାରେ ଏନଡିଏ ୩୪୨-୩୭୮, ଇଣ୍ଡି ଆଲାଏନ୍ସ ୧୫୩-୧୬୯ ଏବଂ ଅନ୍ୟାନ୍ୟ ଦଳ ୨୧-୨୩ଟି ଆସନ ଜିତିବେ।

ରିପବ୍ଲିକ ଭାରତ – ମାଟ୍ରିଜର ଏକଜିଟ ପୋଲ୍ ତଥ୍ୟ ଅନୁସାରେ ଏନଡିଏ ୩୫୩-୩୬୮, ଇଣ୍ଡି ଆଲାଏନ୍ସ ୧୧୮-୧୩୩ ଓ ଅନ୍ୟାନ୍ୟ ଦଳ ୪୩-୪୮ଟି ଆସନରେ ଅଧିକାର କରିବେ।

ଏନଡିଟିଭି ଇଣ୍ଡିଆର ଏକଜିଟ ପୋଲ୍ କହୁଛି ଏଥର ଏନଡିଏ ୩୬୫, ଇଣ୍ଡି ଆଲାଏନ୍ସ ୧୪୨ ଏବଂ ଅନ୍ୟାନ୍ୟ ଦଳ ୩୬ଟି ସିଟ୍ ଜିତିବେ।

ଟିଭି୫ ତେଲୁଗୁର ଏକଜିଟ ପୋଲ୍ ସର୍ଭେରୁ ଜଣାପଡ଼ିଛି ଏନଡିଏ ୩୫୯, ଇଣ୍ଡି ଆଲାଏନ୍ସ ୧୫୪ ଓ ଅନ୍ୟାନ୍ୟ ଦଳ ୩୦ଟି ଆସନ ଜିତିବେ। 

ଦୈନିକ ଭାସ୍କରର ତଥ୍ୟ ଅନୁସାରେ ଏନଡିଏ ୨୮୧- ୩୫୦, ଇଣ୍ଡି ଆଲାଏନ୍ସ ୧୪୫-୨୦୧ ଓ ଅନ୍ୟାନ୍ୟ ଦଳ ୩୩ରୁ ୪୯ଟି ଆସନରେ ବାଜିମାତ କରିବେ।

ଅଗ୍ନି ନ୍ୟୁଜ ସର୍ଭିସେସର ତଥ୍ୟ ଅନୁସାରେ ଏନଡିଏ ୨୪୨, ଇଣ୍ଡି ଆଲାଏନ୍ସ ୨୬୪ ଏବଂ ଅନ୍ୟାନ୍ୟ ଦଳ ୩୭ଟି ଆସନ ଜିତିବେ। 

ପୋଲ୍ ଅଫ ଏକଜିଟ ପୋଲ୍ସକୁ ଦେଖିଲେ ଏନଡିଏ ୩୩୯ରୁ ୩୫୬, ଇଣ୍ତି ଆଲାଏନ୍ସ ୧୫୧ରୁ ୧୬୪ ଏବଂ ଅନ୍ୟାନ୍ୟ ଦଳ ୩୩ରୁ ୩୮ଟି ଆସନରେ ଜିତିବେ।

 ଓଡ଼ିଶା ପାଇଁ ଆକଳନ

ଓଡ଼ିଶା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ଟିଭିର ଏକଜିଟ ପୋଲ୍ କହୁଛି ଏଥର ବାଜି ମାରିବ ବିଜେପି। ରାଜ୍ୟର ମୋଟ ୨୧ ଲୋକସଭା ଆସନ ମଧ୍ୟରୁ ବିଜେପି ୧୫ରୁ ୧୭ଟିରେ ଜିତିବ। ବିଜେଡିକୁ ମାତ୍ର ୪ରୁ ୬ଟି ଆସନ ମିଳିବ ପୋଲ୍ ରିପୋର୍ଟ କହୁଛି। ଅନ୍ୟ ପଟେ କଂଗ୍ରେସ ଗୋଟିଏ ଆସନରେ ଜିତିବା ନେଇ ଆକଳନ କରାଯାଇଛି।

ଜନ କି ବାତର ଏକଜିଟ ପୋଲ୍ ତଥ୍ୟ ଅନୁସାରେ ବିଜେପି ୧୫ରୁ ୧୮ଟି, ବିଜେଡି ୩ରୁ ୭ଟି ଏବଂ କଂଗ୍ରେସ ୧ ଆସନରେ ଜିତିବ।

ଏନଡିଟିଭିର ତଥ୍ୟ ଅନୁସାରେ ଓଡ଼ିଶାରେ ବିଜେପି ୧୫ଟି, ବିଜେଡି ୩ରୁ୮ଟି ଆସନ ଜିତିବ।

Tags: #Politics #OdishaPolitics #India #Election #GeneralElection2024 #LokSabhaElection #ExitPoll Politics

LEAVE A REPLY

Please enter your comment!
Please enter your name here