ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୀମାନ୍ତରେ ମୁହାଁମୁହିଁ ଯବାନ-ମାଓବାଦୀ। ଡିଆରଜି ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଛତିଶଗଡ଼ ଦନ୍ତେଓ୍ଵାଡ଼ା-ନାରାୟଣପୁର ସୀମାରେ।
ଛତିଶଗଡ଼ ସୀମାରେ ମାଓବାଦୀ ସକ୍ରିୟ ଥିବା ସୂଚନା ପାଇ ଡିଆରଜି ଯବାନ ସର୍ଚ୍ଚ ଅପରେସନରେ ଯାଇଥିଲେ। ଦନ୍ତେଓ୍ଵାଡ଼ା-ନାରାୟଣପୁର ସୀମାରେ ଉଭୟ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି।
ଛତିଶଗଡ଼ ନିକଟ ଭୀମାନଖୋଜିରେ ମାଓବାଦୀଙ୍କ ଶିବିରକୁ ଯବାନ ଧ୍ଵଂସ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ ଏବଂ ବିଭିନ୍ନ ଔଷଧ ଜବତ କରିଛନ୍ତି। କିଛି ଦିନ ହେଲା ଓଡ଼ିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ ହିଂସା ବଢ଼ିଥିବାବେଳେ ଓଡ଼ିଶାରେ ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି।
Tags: #Maoist #MaoistKilled #Encounter #OdishaBorder #Chhattisgarh


















