ଓଡ଼ିଶାଲାଇଭ୍ ବ୍ୟୁରୋ

(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଛନ୍ତି କେକେବିଏନ ମାଓବାଦୀ ଡିଭିଜନର କମାଣ୍ଡର ସମୟ ମାଡକାମ। କନ୍ଧମାଳ ଜିଲ୍ଲା ଏସପି ଶୁଭେନ୍ଦୁ କୁମାର ପାତ୍ର ଓ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପାଙ୍କଜଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଛନ୍ତି।

ସମୟଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ୧୮ରୁ ଅଧିକ ସଙ୍ଗୀନ ମାମଲା ରହିଛି। ସମୟଙ୍କୁ ଧରାଇ ଦେବା ଲାଗି ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିବା ଆଇଜି କହିଛନ୍ତି।

ସମୟଙ୍କର ଘର ଛତିଶଗଡ଼ର ସୁକମା ଜିଲ୍ଲାରେ ହୋଇଥିବାବେଳେ ସେ ଦୀର୍ଘ ୨୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଅଭିଜ୍ଞତା ଅନୁସାରେ ସେ କେକେବିଏନ ମାଓବାଦୀ ଡିଭିଜନର କମାଣ୍ଡର ଦାୟିତ୍ଵ ତୁଲାଉଥିଲେ।

ଆତ୍ମସମର୍ପଣକାରୀଙ୍କୁ ସରକାରଙ୍କ ଯୋଜନା ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି କହିଛନ୍ତି।

Tags: #Boudh #Maoist #MaoistSurrendered #Odisha #KandhamalPolice

Comment