ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୯ ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ ରାଜ୍ୟ ଦନ୍ତେୱାଡ଼ା ଜିଲ୍ଲାର। ଏମାନେ କେକେବିଏନ ମାଓବାଦୀ ସଂଗଠନରେ ଦୀର୍ଘ ବର୍ଷ ହେଲା ସକ୍ରିୟ ରହିବା ସହ ବିଭିନ୍ନ ହିଂସା କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ହିଂସା ରାସ୍ତା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସମସ୍ତେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା କହିଛନ୍ତି।

ଗତ ଏପ୍ରିଲ ୨୫ ତାରିଖରେ ସୁରକ୍ଷାବାହିନୀ ଓ ମାଓବାଦୀ ଗୁଳିବିନିମୟ ହୋଇଥିଲା। ଏଥିରେ ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ପରେ ଏସଓଜି, ଡିଭିଏଫ ଏବଂ ବିଏସଏଫ ଯବାନ ଘନଘନ ସର୍ଚ୍ଚ ଅପରେସନ କରିଥିଲେ।

ଏହି ସମୟରେ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ବୁଧବାର ଦିନ ବୌଦ୍ଧ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣକାରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା। ଆତ୍ମସମର୍ପଣକାରୀଙ୍କୁ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି।

Tags: #Boudh #Maoist #MaoistSurrendered #Odisha #BoudhPolice

LEAVE A REPLY

Please enter your comment!
Please enter your name here