ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ବାୟୁ ସେନାରେ ପାଇଲଟ୍ ଓ ବିଭିନ୍ନ ଗ୍ରାଉଣ୍ଡ ଡ୍ୟୁଟି ଷ୍ଟାଫ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଏଥିପାଇଁ ହେବାକୁ ଆଫକାଟ୍ ପରୀକ୍ଷା (୨୦୨୪-୦୨) ପାଇଁ ଏବେ ଅନଲାଇନରେ ଆବେଦନ ଜାରି ରହିଛି। ଜୁନ୍ ୨୮ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଆପଣମାନେ ଭାରତୀୟ ବାୟୁ ସେନାରେ ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • ଫ୍ଲାଇଙ୍ଗ ବ୍ରାଞ୍ଚ (ପାଇଲଟ୍) – ୧୮ (ପୁରୁଷ), ୧୧ (ମହିଳା)
  • ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) – ୧୨୪ (ପୁରୁଷ), ୩୨ (ମହିଳା)
  • ଗ୍ରାଉଣ୍ଡ ଡ୍ୟୁଟି (ନନ-ଟେକ୍ନିକାଲ୍) – ୯୫ (ପୁରୁଷ), ୨୪ (ମହିଳା)

ଯୋଗ୍ୟତା

  • ଫ୍ଲାଇଙ୍ଗ ବ୍ରାଞ୍ଚ (ପାଇଲଟ୍)
    • ପ୍ରାର୍ଥୀମାନଙ୍କ ବୟସ ୨୦ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ଦ୍ଵାଦଶ ବିଜ୍ଞାନ ପାସ କରିଥିବା ଆବଶ୍ୟକ
    • ଏନସିସି ଏୟାର ୱିଙ୍ଗ ସିନିୟର ଡିଭିଜନର ପ୍ରାର୍ଥୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସରଂକ୍ଷିତ ରହିବ
  • ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍)
    • ପ୍ରାର୍ଥୀମାନଙ୍କ ବୟସ ୨୦ ବର୍ଷରୁ ୨୬ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ
    • ସେମାନେ ଦ୍ଵାଦଶ ବିଜ୍ଞାନ ପାସ କରିଥିବା ଆବଶ୍ୟକ
  • ଗ୍ରାଉଣ୍ଡ ଡ୍ୟୁଟି (ନନ-ଟେକ୍ନିକାଲ୍)
    • ପ୍ରାର୍ଥୀମାନଙ୍କ ବୟସ ୨୦ ବର୍ଷରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
    • ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ

ଚୟନ ପ୍ରକ୍ରିୟା

  • ଏହିସବୁ ନିଯୁକ୍ତି ପାଇଁ ପ୍ରଥମେ ବାୟୁସେନା ପକ୍ଷରୁ ଅନଲାଇନ ପ୍ରିଲିମିନାରି ପରୀକ୍ଷା କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯିବ
  • ଇଣ୍ଟରଭ୍ୟୁ ପାସ କରିଥିବା ପ୍ରାର୍ଥୀଙ୍କ ଶାରୀରିକ ଓ ମେଡିକାଲ ଯାଞ୍ଚ କରାଯିବ

କେମିତି କରିବେ ଆବେଦନ

  • ଭାରତୀୟ ବାୟୁସେନାର ୱେବସାଇଟ careerindianairforce.cadc.inକୁ ଯାଆନ୍ତୁ
  • ୱେବସାଇଟ ଭିତରେ ଆଫକାଟ୍ ପରୀକ୍ଷା ଆବେଦନ ଲିଙ୍କକୁ କ୍ଲିକ୍ କରନ୍ତୁ
  • ଏହାପରେ ‘ନ୍ୟୁ ୟୁଜର ଆଣ୍ଡ ରେଜିଷ୍ଟର’କୁ କ୍ଲିକ କରନ୍ତୁ
  • ରେଜିଷ୍ଟ୍ରେସନ ସରିବାପରେ ‘ସାଇନ ଇନ’ କରନ୍ତୁ
  • ‘ସାଇନ ଇନ’ ହେବାପରେ ପରୀକ୍ଷା ପାଇଁ ଫର୍ମ ପୂରଣ କରନ୍ତୁ
  • ପରୀକ୍ଷା ପାଇଁ ନିଜ ପାଖ ଅଞ୍ଚଳର ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ଆଫକାଟ୍ ପରୀକ୍ଷା ପାଇଁ ଆବେଦନ ଶୁଳ୍କ ୫୫୦ ଟଙ୍କା ରଖାଯାଇଛି। କେବଳ ଏନସିସି ଏୟାର ୱିଙ୍ଗ ସିନିୟର ଡିଭିଜନର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

ଏହିସବୁ ପଦବୀ ପାଇଁ କେବେ ପ୍ରିଲିମିନାରି ପରୀକ୍ଷା କରାଯିବ ସେନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀର ଅଧିକ ସୂଚନା ବାୟୁସେନାର ୱେବସାଇଟରେ ଉପଲବ୍ଧ।

Tags: #IndianAirForce #AFCATExam #EmploymentOpportunity #Careers #India

LEAVE A REPLY

Please enter your comment!
Please enter your name here