ଓଡ଼ିଶାଲାଇଭ୍ ବ୍ୟୁରୋ

ଭିନ୍ନ ସ୍ୱାଦର ମଞ୍ଚ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଶିଶୁ ଯୌନ ନିର୍ଯାତନା ଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ପ୍ରସ୍ତୁତ ମଞ୍ଚ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’।

ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ ନାହାନ୍ତି। ସେମାନେ ପରିବାରର ନିକଟ ସମ୍ପର୍କୀୟଙ୍କ ଦ୍ଵାରା ବିଭିନ୍ନ ସମୟରେ ଯୌନ ନିର୍ଯାତନାର ଶିକାର ହେଉଥିବା ଦେଖିବାକୁ ମିଳେ। ଏଭଳି ଘଟଣା ବହୁତ ଘଟୁଥିଲେ ମଧ୍ୟ ଏ ବାବଦରେ ବାହାର ଲୋକ କିଛି ଜାଣିପାରନ୍ତି ନାହିଁ କିମ୍ବା ଅପରାଧୀକୁ ଆଇନର ପରିସର ଭିତରକୁ ଟଣାଯାଇ ପାରେନାହିଁ। ତେବେ ସେହି ଶିଶୁକନ୍ୟାମାନେ ଯେତେବେଳେ ବଡ଼ ହୁଅନ୍ତି, ସେତେବେଳେ ଭୟ, ଆଶଙ୍କା, ଘୃଣା ତଥା ଦୁଃଖ ଓ ମାନସିକ ଚାପ ମଧ୍ୟରେ ସେମାନଙ୍କ ଜୀବନ କଟେ।

ଏଭଳି ଏକ କାହାଣୀକୁ ଆଧାରକରି ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଆସନ୍ତା ଜୁଲାଇ ୫ ଓ ୬ ତାରିଖ ଦୁଇଦିନ ଧରି ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହେବ ଏହି ନାଟକ। ଦେଖନ୍ତୁ ଭିଡିଓ।

Tags: #Odiatheater #Play #Natak #30daysinseptember #Septemberratirishdina #Bhubaneswar

Comment