ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ମ୍ୟାଚ୍‌ ସଂଧ୍ୟା ୭ଟାରୁ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍‌ ୨ଟି କାରଣ ଗୁରୁତ୍ୱ ବହନ କରୁଛି।

ପ୍ରଥମ ଭାରତ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରି ସାରିଛି। ସେହି କାରଣରୁ ଭାରତ ଆଜି ସିରିଜ୍‌ରେ ନିଜ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ।

ଦ୍ୱିତିୟ କାରଣଟି ହେଉଛି ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଲାଗି ଏହା ଶେଷ ଟି-୨୦ ମ୍ୟାଚ୍‌ ହୋଇପାରେ। ଏହି କାରଣ ବୁଧବାରର ମ୍ୟାଚ୍‌କୁ କ୍ରିକେଟ ପ୍ରେମୀ ଅପେକ୍ଷା କରିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଫେବ୍ରୁଆରି ୨୪ରେ ଖେଳାଯାଇଥିଲା। ଯେଉଁଥିରେ ଭାରତକୁ ପରାଜୟ ମିଳିଥିଲା।

Comment