ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ୟାଙ୍କ ଅଭ୍ୟାସ ବେଳେ ଅଚାନକ ଜଳସ୍ତର ବଢ଼ିଯିବାରୁ ନଦୀରେ ଭାସି ୫ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି ଲଦାଖର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ। ଏ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଲଦାଖସ୍ଥିତ ଭାରତ-ଚୀନ ସୀମା (ଏଲଏସି)ରେ ଥିବା ନଦୀରେ ଭାରତୀୟ ଯବାନମାନେ ବିଳମ୍ବିତ ରାତିରେ ଟ୍ୟାଙ୍କ ଅଭ୍ୟାସ କରୁଥିଲେ। ଏହି ସମୟରେ ଅଚାନକ ଜଳସ୍ତର ବଢ଼ିଯାଇଥିଲା। ଫଳରେ ଟ୍ୟାଙ୍କଟି ଓଲଟିବା ସହ ଯାବନମାନେ ଭାସି ଯାଇଥିଲେ।

ଏହି ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଅଭ୍ୟାସ ପାଇଁ ଯାଇଥିବା ସମସ୍ତ ୫ ଯବାନଙ୍କୁ ଶନିବାର ସକାଳେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସହିଦଙ୍କ ମଧ୍ୟରେ ଅଛନ୍ତି ୪ଜଣ ଯବାନ ଓ ଜଣେ ଜେସିଓ।

Tags: #Ladakh #IndianSoldiersMartyred #India #Accident #TankTraining

Comment