ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ମୋବାଇଲ ସିମ୍ କାର୍ଡକୁ ନେଇ ସୋମବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ସିମ୍ ପୋର୍ଟିଂ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଏନେଇ ଟେଲିକମ ରେଗୁଲେଟୋରି ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ (ଟ୍ରାଇ) ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ନିୟମ ଅନୁସାରେ ଏବେ ସିମ୍ ପୋର୍ଟିଂ କରିବା ପାଇଁ ୭ ଦିନ ସମୟ ଲାଗିବ। ଅର୍ଥାତ କୌଣସି ମୋବାଇଲ ଉପଭୋକ୍ତା ନିଜ ନମ୍ବରକୁ ରଖି ଟେଲିକମ ଅପରେଟର ବଦଳାଇବାକୁ ଚାହୁଁଥିଲେ, ତାଙ୍କୁ ବାଧ୍ୟତାମୂଳକ ଭାବେ ୭ ଦିନ ଅପେକ୍ଷା କରିବାକୁ ପଡ଼ିବ। ସିମ୍ ପୋର୍ଟିଂ ପାଇଁ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ଓଟିପି ଦେଇ ଭେରିଫିକେସନ୍ ମଧ୍ୟ କରିବାକୁ ହେବ।

ତେବେ ଯେଉଁ କ୍ଷେତ୍ରରେ ୭ ଦିନ ଭିତରେ ସିମ୍‌ ରିପ୍ଲେସମେଣ୍ଟ ହୋଇଥିବ କିମ୍ବା ପୋର୍ଟିଂ କରାଯାଇଥିବ ସେଠାରେ ନୂଆ ଆଇନ୍‌ ଅନୁସାରେ ଆଉଥରେ ପୋର୍ଟିଂ କୋଡ୍ ରିକ୍ୱେଷ୍ଟକୁ ରଦ୍ଦ କରାଯାଇପାରିବ।  

ଭାରତରେ ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଟେଲିକମ୍ୟୁନିକେସନ ମୋବାଇଲ ନମ୍ବର ପୋର୍ଟାବିଲିଟି (ସଂଶୋଧନ) ନିୟମ ୨୦୨୪କୁ ଅଣାଯାଇଥିଲା। ଏବେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ସିମ୍ କାର୍ଡ ଜରିଆରେ ହେଉଥିବା ଠକେଇ ଉପରେ ଲଗାମ ଲଗାଇବା ପାଇଁ ଏହି ନିୟମକୁ କଡ଼ାକଡ଼ି କରାଯାଇଥିବା ଟ୍ରାଇ ପକ୍ଷରୁ କୁହାଯାଇଛି।

Tags: #SimCard #TelecomServices #SimPorting #TelecomOperators #DeptofTelecommunication #TRAI #India

LEAVE A REPLY

Please enter your comment!
Please enter your name here