ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସଂସଦରେ ଆଗତ ହେବ ବର୍ଷ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାପରେ ଏହା ପ୍ରଥମ ବଜେଟ୍ ହେବାକୁ ଯାଉଛି।

କେନ୍ଦ୍ର ସରକାରଙ୍କ ବଜେଟକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏଥିରେ ବିଭିନ୍ନ ବର୍ଗଙ୍କ ପାଇଁ କ’ଣ ରହିଛି ତଥା ଆୟକରରେ କିଛି ଛାଡ଼ ମିଳିବ କି ନାହିଁ ସେ ନେଇ ଜାଣିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ସୋମବାର ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଗତ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା।

ଏଥରର ବଜେଟ୍ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ।

Tags: #UnionBudget2024-25 #ParliamentBudgetSession #MinistryofFinance #India

LEAVE A REPLY

Please enter your comment!
Please enter your name here