ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ରାଜ୍ୟପାଳମାନଙ୍କୁ ନିଯୁକ୍ତ କରିଛନ୍ତି।  

ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ମେଘାଳୟ, ମହାରାଷ୍ଟ୍ର, ତେଲେଙ୍ଗାନା, ସିକ୍କିମ, ପଞ୍ଜାବ, ଆସାମ ଓ ପଣ୍ଡିଚେରୀରେ ନୂଆ ରାଜ୍ୟପାଳ ତଥା ଉପ ରାଜ୍ୟପାଳଙ୍କୁ ନିଯୁକ୍ତ କରାଯାଇଛି। ଏହି ସବୁ ରାଜ୍ୟଗୁଡ଼ିକରେ ବର୍ତ୍ତମାନ ଥିବା ରାଜ୍ୟପାଳଙ୍କ କାର୍ଯ୍ୟକାଳ ସରିବାକୁ ଆସୁଥିବାରୁ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ଜାଣନ୍ତୁ କିଏ ହେଲେ କେଉଁ ରାଜ୍ୟର ରାଜ୍ୟପାଳ

  • ରାଜସ୍ଥାନ – ହରିଭାଉ କିଷାନରାଓ ବାଗଦେ
  • ଝାଡ଼ଖଣ୍ଡ – ସନ୍ତୋଷ କୁମାର ଗଙ୍ଗୱାର
  • ଛତିଶଗଡ଼ – ରମଣ ଡେକା
  • ମେଘାଳୟ – ସିଏଚ୍ ବିଜୟଶଙ୍କର
  • ମହାରାଷ୍ଟ୍ର – ସି ପି ରାଧାକ୍ରିଷ୍ଣନ
  • ତେଲେଙ୍ଗାନା – ଜିଷ୍ଣୁଦେବ ବର୍ମା
  • ସିକ୍କିମ – ଓମ୍‌ ପ୍ରକାଶ ମାଥୁର
  • ପଞ୍ଜାବ – ଗୁଲାବ ଚାନ୍ଦ କଟରିଆ
  • ଆସାମ – ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ
  • ପଣ୍ଡିଚେରୀ – କୁନୀଲ କୈଳାଶନାଥ (ଉପରାଜ୍ୟପାଳ)
  • ମଣିପୁର – ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ (ଅତିରିକ୍ତ ଦାୟିତ୍ଵ)
  • ଚଣ୍ଡିଗଡ଼ – ଗୁଲାବ ଚାନ୍ଦ କଟରିଆ (ଅତିରିକ୍ତ ଦାୟିତ୍ଵ)

ନବ ନିଯୁକ୍ତ ରାଜ୍ୟପାଳଙ୍କ ମଧ୍ୟରେ ଗୁଲାବ ଚାନ୍ଦ କଟାରିଆଙ୍କୁ ପଞ୍ଜାବ ସହ ଚଣ୍ଡିଗଡ଼ର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ସେହିପରି ଆସାମର ରାଜ୍ୟପାଳ ନିଯୁକ୍ତ ହୋଇଥିବା ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ମଣିପୁରର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

Tags: #PresidentDroupadiMurmu #NewGovernors #India

Comment