ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଲୋକସଭାରେ ୱାକଫ୍ ସଂଶୋଧନ ବିଧେୟକ ଉପସ୍ଥାପିତ କରିଛନ୍ତି। ଏହା ବିରୋଧୀ ଦଳ ଓ ମୁସଲମାନ ସଂଗଠନଗୁଡ଼ିକ ପାଇଁ ବଡ଼ ଆଲୋଚନାର ବିଷୟ ହୋଇଛି। ତେବେ ଏହି ବିଧେୟକ ଉପରେ ବିଚାର କରିବା ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଛି। କମିଟି ୱାକଫ୍ ସଂଶୋଧନ ବିଧାୟକ ଉପରେ ବିଚାର କରି ରିପୋର୍ଟ ଦେବେ।

ୱାକଫ୍ ସଂଶୋଧନ ବିଧେୟକ ପାଇଁ ଗଠିତ ଜେପିସିରେ ଲୋକସଭାରୁ ୨୧ ଜଣ ଏବଂ ରାଜ୍ୟସଭାରୁ ୧୦ ଜଣ ସାଂସଦ ସଦସ୍ୟ ରହିବେ। କମିଟିରେ ବିଜେପି ସାଂସଦ ଜଗଦମ୍ବିକା ପାଲ, ନିଶିକାନ୍ତ ଦୁବେ, ତେଜସ୍ଵୀ ସୁରିୟା, ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ଇମ୍ରାନ ମାସୁଦ, ସମାଜବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନଦଭି ଏବଂ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱେସି ପ୍ରମୁଖ ସାମିଲ ରହିଛନ୍ତି।

ଚଳିତ ବର୍ଷ ସଂସଦର ଶୀତ ଅଧିବେଶନର ପ୍ରଥମ ସପ୍ତାହରେ ଏହି ଯୁଗ୍ମ ସଂସଦୀୟ କମିଟି ୱାକଫ୍ ସଂଶୋଧନ ବିଧେୟକ ଉପରେ ରିପୋର୍ଟ ଦାଖଲ କରିବ। ଏହି କମିଟି ବିଲ୍ ପାଇଁ ବିଭିନ୍ନ ସଂଗଠନ, ସାର୍ବଜନୀନ ସଂସ୍ଥା କିମ୍ବା ବିଶେଷଜ୍ଞଙ୍କଠାରୁ ମଧ୍ୟ ମତାମତ ନେଇପାରିବ।

ଭାରତରେ ୱାକଫ୍ ବୋର୍ଡଗୁଡ଼ିକର ପରିଚାଳନା ନିମନ୍ତେ ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ​‌ ହେଉଥିବା ୱାକଫ୍ ଆଇନ ୧୯୯୫ରେ ଆବଶ୍ୟକ ପରିବର୍ତ୍ତନ ପାଇଁ ୱାକଫ ସଂଶୋଧନ ବିଧେୟକ ୨୦୨୪କୁ ଆଗତ କରାଯାଇଛି। ବିଧେୟକରେ ୱାକଫ୍ ଆଇନ ୧୯୯୫କୁ ପରିବର୍ତ୍ତନ କରାଯାଇ ୟୁନିଫାଏଡ୍‌ ୱାକଫ୍ ମ୍ୟାନେଜମେଣ୍ଟ, ଏମ୍‌ପାୱାରମେଣ୍ଟ, ଏଫିସିଏନ୍ସି ଆଣ୍ଡ ଡେଭଲପ୍‌ମେଣ୍ଟ ଆଇନ ରଖାଯିବ। ପୁରୁଣା ଆଇନରେ ପ୍ରାୟ ୪୦ଟି ସଂଶୋଧନ ଲାଗି ପ୍ରସ୍ତାବ ରହିଛି। 

Tags: #Waqf(amendment)Bill #JPC #WaqfBoard #Loksabha #India

LEAVE A REPLY

Please enter your comment!
Please enter your name here