ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଭୟଙ୍କର ଅଗ୍ନିକାଣ୍ଡ ଘଟି ବିଶାଖାପାଟଣା ବିଚ ରୋଡରେ ଥିବା ଏକ ହୋଟେଲରେ ସମ୍ପୂର୍ଣ୍ଣ ଜଳିଯାଇଛି। ଅଗ୍ନିକାଣ୍ଡ ଯୋଗୁଁ ଗ୍ରାହକ କିମ୍ବା ହୋଟେଲ କର୍ମଚାରୀଙ୍କର କୌଣସି କ୍ଷତି ହୋଇନାହିଁ।

ମଙ୍ଗଳବାର ମଧ୍ୟାହ୍ନରେ ହୋଟେଲରେ ନିଆଁ ଲାଗିବା ଦେଖି ସେଠାରେ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ହୋଟେଲ କର୍ମଚାରୀ ବାହାରକୁ ଦୌଡ଼ି ପଳାଇଥିଲେ। ଦେଖୁ ଦେଖୁ ଚାରିଆଡ଼େ ନିଆଁ ବ୍ୟାପୀ ଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ହୋଟେଲରେ ଥିବା ଏସି ୟୁନିଟରେ ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯିବା ପରେ ହୋଟେଲର କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସ୍ଥାନୀୟ ପୋଲିସ କହିଛି।

Tags: #MassiveFire #FireAccident #FireinHotel #Visakhapatnam

Comment