ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଶୁକ୍ରବାର ଘୋଷଣା କରାଯାଇଛି। ୨୦୨୨ ଓ ୨୦୨୩ ମସିହାରେ ରିଲିଜ ହୋଇଥିବା ଫିଲ୍ମଗୁଡ଼ିକୁ ଏହି ଜାତୀୟ ପୁରସ୍କାରରେ ସାମିଲ କରାଯାଇଛି। ଏଥର ମନୋଜ ବାଜପେୟୀଙ୍କ ଅଭିନୀତ ‘ଗୁଲମୋହର’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି। ମାଲାୟଲାମ ଚଳଚ୍ଚିତ୍ର ‘ଆଟ୍ଟମ’ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ପାଇଁ ମନୋନୀତ ହୋଇଛି। ସେହିପରି ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛି।

ରିଷବ ସେଟ୍ଟିଙ୍କୁ ‘କନ୍ତାରା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିବ। ସେହିପରି ନିତ୍ୟା ମେନନ ‘ଥିରୁଚିତ୍ରାମ୍ବଲମ’(ତାମିଲ) ଏବଂ ମାନସୀ ପାରେଖ ‘କଚ୍ଛ ଏକ୍ସପ୍ରେସ’ (ଗୁଜରାଟୀ) ଫିଲ୍ମ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ଜାତୀୟ ଫିଲ୍ମ ପୁରସ୍କାରର ଜୁରୀ ରାହୁଲ ରୱାଲି, ନୀଳମାଧବ ପଣ୍ଡା ଏବଂ ଗଙ୍ଗାଧର ମୁଦଳୟାର ଏହି ପୁରସ୍କାର ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା, କାହାକୁ କେଉଁ ଫିଲ୍ମ ପାଇଁ ମିଳିଛି ଜାତୀୟ ପୁରସ୍କାର।

  • ଶ୍ରେଷ୍ଠ ଫିଚର ପିଲ୍ମ – ଆଟ୍ଟମ
  • ଶ୍ରେଷ୍ଠ ଫିଚର ପିଲ୍ମ – କଚ୍ଛ ଏକ୍ସପ୍ରେସ (ଜାତୀୟତା ଓ ସାମାଜିକ ବର୍ଗ)   
  • ଶ୍ରେଷ୍ଠ ଫିଲ୍ମ (ଏଭିଜିସି) – ବ୍ରହ୍ମାସ୍ତ୍ର ପାର୍ଟ-୧
  • ଶ୍ରେଷ୍ଠ ନିର୍ଦେଶକ – ସୁରଜ ବର୍ଜାତୀୟା (ହିନ୍ଦୀ ଫିଲ୍ମ ‘ଉଞ୍ଚାଇ’)
  • ଶ୍ରେଷ୍ଠ ସହ ଅଭିନେତା – ପୱନ ରାଜ ମଲୋହୋତ୍ର (ଗୁଜରାଟୀ ଫିଲ୍ମ – ଫୌଜା)
  • ଶ୍ରେଷ୍ଠ ସହ ଅଭିନେତ୍ରୀ – ନିନା ଗୁପ୍ତା (ଫିଲ୍ମ – ‘ଉଞ୍ଚାଇ’)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ – ପ୍ରୀତମ (ଫିଲ୍ମ – ‘ବ୍ରହ୍ମାସ୍ତ୍ର ପାର୍ଟ-୧’)
  • ଶ୍ରେଷ୍ଠ ପୁରୁଷ କଣ୍ଠଶିଳ୍ପୀ – ଅରିଜିତ ସିଂହ (ଗୀତ – ‘କେସରିୟା ’, ଫିଲ୍ମ – ‘ବ୍ରହ୍ମାସ୍ତ୍ର ପାର୍ଟ-୧’)
  • ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ – ବମ୍ବେ ଜୟଶ୍ରୀ (ଗୀତ – ଚୟୁମ ଭେଲି, ଫିଲ୍ମ – ସୌଦି ଭେଲକ୍କା)
  • ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶନା (ବିଜିଏମ) – ଏଆର ରେହମାନ (ଫିଲ୍ମ – ପୋନିୟନ ସେଲଭନ)
  • ଶ୍ରେଷ୍ଠ ସାଉଣ୍ଡ ଡିଜାଇନିଂ – ଆନନ୍ଦ କୃଷ୍ଣମୁର୍ତ୍ତି (ପୋନିୟନ ସେଲଭନ)
  • ଶେଷ୍ଠ ଏଡିଟିଂ – ମହେଶ ଭୁବନେନ୍ଦ (ଫିଲ୍ମ – ଆଟ୍ଟମ)
  • ଶ୍ରେଷ୍ଠ ସ୍କ୍ରିନ ପ୍ଲେ –  ଆନନ୍ଦ ଏକାରସି (ଫିଲ୍ମ – ଆଟ୍ଟମ)
  • ଶ୍ରେଷ୍ଠ ଡାଇଲାଗ – ଅର୍ପିତା ମୁଖାର୍ଜୀ ଓ ରାହୁଲ ଭି ଚିଟ୍ଟେଲା (ଫିଲ୍ମ – ଗୁଲମୋହର)  
  • ଶ୍ରେଷ୍ଠ କଷ୍ଟ୍ୟୁମ୍ ଡିଜାଇନ – ନିକି ଜୋଶୀ (ଫିଲ୍ମ – କଚ୍ଛ ଏକ୍ସପ୍ରେସ)
  • ଶ୍ରେଷ୍ଠ ଆକ୍ସନ ଡାଇରେକ୍ସନ – ଅନବୈରବ (ଫିଲ୍ମ – କେଜିଏଫ ୨)

ଆଞ୍ଚଳିକ ସିନେମା

  • ଶ୍ରେଷ୍ଠ ଓଡ଼ିଆ ଫିଲ୍ମ – ଦମନ
  • ଶ୍ରେଷ୍ଠ ତେଲଗୁ ଫିଲ୍ମ – କାର୍ତ୍ତିକେୟ ୨
  • ଶ୍ରେଷ୍ଠ ତାମିଲ ଫିଲ୍ମ – ପୋନିୟନ ସେଲଭନ ୧
  • ଶ୍ରେଷ୍ଠ ପଞ୍ଜାବୀ ଫିଲ୍ମ – ବାଘି ଦି ଢି
  • ଶ୍ରେଷ୍ଠ ମାଲାୟଲାମ ଫିଲ୍ମ – ସୌଦି ଭେଲକ୍କା  
  • ଶ୍ରେଷ୍ଠ ମରାଠୀ ଫିଲ୍ମ – ବଲ୍ଲଭୀ
  • ଶ୍ରେଷ୍ଠ କନ୍ନଡ ଫିଲ୍ମ – କେଜିଏଫ ୨
  • ଶ୍ରେଷ୍ଠ ବଙ୍ଗଳା ଫିଲ୍ମ – କାବେରୀ ଅନ୍ତର୍ଦ୍ଧାନ
  • ଶ୍ରେଷ୍ଠ ଅହମିୟା ଫିଲ୍ମ – ଏମୁଠି ପୁଥି

Tags: #NationalFilmAwards #BestFilms #BestActors #I&Bministry #India

LEAVE A REPLY

Please enter your comment!
Please enter your name here