ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାର ମାର୍ଶଲ ଅମର ପ୍ରିତ୍ ସିଂହ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସେ ସେପ୍ଟେମ୍ବର ୩୦ରେ ଦାୟିତ୍ଵ ଗ୍ରହଣ କରିବେ। ବର୍ତ୍ତମାନ ସେ ବାୟୁସେନାର ଉପମୁଖ୍ୟ ବା ଭାଇସ୍ ଚିଫ ଅଫ୍ ଏୟାର ଷ୍ଟାଫ ଭାବେ କାର୍ଯ୍ୟରତ ଅଛନ୍ତି।

ଅମର ପ୍ରିତ୍ ସିଂହ ଭାରତୀୟ ବାୟୁସେନାର ଏୟାର ଚିଫ ମାର୍ଶଲ ଭାବେ ବିବେକ ରାମ ଚୌଧୁରୀଙ୍କଠାରୁ ଦାୟିତ୍ଵ ନେବେ। ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହେଉଛି।

୧୯୮୪ରେ ବାୟୁସେନାରେ ପାଦ ଥାପିଥିଲେ ଅମର ପ୍ରିତ୍ ସିଂହ। ସେ ବାୟୁସେନାରେ ନିଜକୁ ଜଣେ ଦକ୍ଷ ଫାଇଟର ପାଇଲଟ ଭାବେ ପ୍ରତିପାଦିତ କରିଛନ୍ତି। ସେ ଅପରେସନ ମେଘଦୂତ ଓ କାରଗିଲ ଯୁଦ୍ଧ ସମୟରେ ବାୟୁସେନାର ମିଶନର ନେତୃତ୍ଵ ନେଇଥିଲେ। ୨୦୨୩ ଫେବ୍ରୁଆରି ମାସରେ ସେ ବାୟୁସେନାର ଉପମୁଖ୍ୟ ପଦ ଗ୍ରହଣ କରିଥିଲେ।

Tags: #AirMarshalAmarPreetSingh #ChiefofAirStaff #IndianAirForce #India

LEAVE A REPLY

Please enter your comment!
Please enter your name here