ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ (ସିଏପିଏଫ) ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଏପିଏଫର ବିଭିନ୍ନ ବିଭାଗରେ ଖାଲିଥିବା ପ୍ରାୟ ୪୦ ହଜାର କନଷ୍ଟେବଳ ପଦବୀ ପୂରଣ ପାଇଁ ଷ୍ଟାଫ୍ ସିଲେକ୍ସନ କମିଶନ (ଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ଅର୍ଦ୍ଧ ସାମରିକ ବଳର ବିଭିନ୍ନ ବିଭାଗ ଯଥା ବିଏସଫ, ସିଆରପିଏଫ, ସିଆଇଏସଏଫ, ଆଇଟିବିପି ଓ ଏସଏସବିରେ ଏହି ନିଯୁକ୍ତି ହେବେ। ଏହି ପଦବୀ ପାଇଁ ଭାରତର ବିଭିନ୍ନ ରାଜ୍ୟରେ ପରୀକ୍ଷା କରାଯିବ।

ଏଥିପାଇଁ ହେବାକୁ ଥିବା ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଅକ୍ଟୋବର ୧୪।

ଆପଣମାନେ ଏହି ସବୁ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।

ପଦବୀ ସଂଖ୍ୟା

  • କନଷ୍ଟେବଳ (ମୋଟ ପଦବୀ) – ୩୯,୪୮୧
  • ବିଏସଫ – ୧୫,୬୫୪
  • ସିଆରପିଏଫ – ୧୧,୫୪୧
  • ସିଆଇଏସଏଫ – ୭,୧୪୫
  • ଆଇଟିବିପି – ୩,୦୧୭
  • ଏସଏସବି – ୫୧୮
  • ଆସାମ ରାଇଫଲ୍ସ – ୧,୨୪୮

ଯୋଗ୍ୟତା

  • ସମସ୍ତ ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନଙ୍କ ବୟସ ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
  • ପ୍ରାର୍ଥୀମାନେ ଅତି କମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ

କନଷ୍ଟେବଳ’ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶାରୀରିକ ମାନଦଣ୍ଡକୁ ଧାର୍ଯ୍ୟ କରାଯାଇଛି। ଏହାର ଅଧିକ ସୂଚନା ଏସଏସସିର ୱେବସାଇଟରେ ଉପଲବ୍ଧ। ଏହାଛଡ଼ା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ଛାଡ଼ ମିଳିବ।

ଚୟନ ପ୍ରକ୍ରିୟା 

  • ପ୍ରଥମେ ପ୍ରାର୍ଥୀମାନଙ୍କୁ ଏକ ପ୍ରବେଶିକ ପରୀକ୍ଷା ଦେବାକୁ ହେବ
  • ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ମେଡିକାଲ ଭେରିଫିକେସନ କରାଯିବ
  • ଏଥିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କର ଶାରୀରିକ ପରୀକ୍ଷା କରାଯିବ
  • ଶେଷରେ ପଦବୀ ପାଇଁ ଚୟନ ପ୍ରାର୍ଥୀମାନଙ୍କ ଅନ୍ତିମ ତାଲିକା ଏସଏସସିର ୱେବସାଇଟରେ ବାହାରିବ

କେମିତି କରିବେ ଆବେଦନ

  • ଏସଏସସିର ୱେବସାଇଟ୍ ssc.nic.inକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘କ୍ୟାରିୟର’ ଅପ୍ସନକୁ କ୍ଲିକ କରନ୍ତୁ
  • ଏହାପରେ ସେଠାରେ ନିଜର ରେଜିଷ୍ଟ୍ରେସନ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣ ସମୟରେ ନିଜର ପାଖ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ରକୁ ବାଛନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ‘କନଷ୍ଟେବଳ’ ପଦବୀ ପରୀକ୍ଷା ପାଇଁ ସାଧରଣ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡ଼ିବ। ଅନ୍ୟପଟେ ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ଛାଡ଼ କରାଯାଇଛି।

ଏହି ପଦବୀ ପାଇଁ କେବେ ପରୀକ୍ଷା କରାଯିବ ସେ ନେଇ ଏସଏସସି ପକ୍ଷରୁ ଆଗକୁ ସୂଚନ ଦିଆଯିବ। ଏହି ପଦବୀ ଓ ପରୀକ୍ଷା ସମ୍ବନ୍ଧୀୟ ଅଧିକ ସୂଚନା ଏସଏସସିର ୱେବସାଇଟରେ ଉପଲବ୍ଧ।

Tags: #SSC #Constable #CAPF #DelhiPolice #EmploymentOpportunity #India

LEAVE A REPLY

Please enter your comment!
Please enter your name here