ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଅନେକ ଶକ୍ତିପୀଠ ଅଛି ଯେଉଁଠି ଏବେ ଦୁର୍ଗା ପୂଜା ଚାଲିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦେବୀ ମା’ଙ୍କର ଏକ ଶକ୍ତିପୀଠ ପାକିସ୍ତାନରେ ବି ଅଛି। ସବୁଠୁ ଖାସ କଥା ଏହି ମନ୍ଦିରରେ କେବଳ ହିନ୍ଦୁ ନୁହଁନ୍ତି ମୁସଲମାନମାନେ ବି ମା’ଙ୍କୁ ନବରାତ୍ରିରେ ପୂଜା କରନ୍ତି।

ପାକିସ୍ତାନର ବଲୁଚିସ୍ତାନରେ ଅବସ୍ଥିତ ଏହି ପବିତ୍ର ମନ୍ଦିର ହିଙ୍ଗଲାଜ ଭବାନୀ ମାତା ମନ୍ଦିର ଭାବରେ ଜଣାଶୁଣା।  ଏହି ମନ୍ଦିର ପାକିସ୍ତାନର ବେଲୁଚିସ୍ତାନଠାରୁ ୧୨୦ କିଲୋମିଟର ଦୂରରେ ହିଙ୍ଗୁଲ ନଦୀ କୂଳରେ ଅବସ୍ଥିତ। ପୁରାଣ ମତରେ ୫୧ଗୋଟି ଶକ୍ତିପୀଠ ମଧ୍ୟରୁ ଏହା ପ୍ରଥମ ପୀଠ।

ଭାରତ-ପାକିସ୍ତାନ ବିଭାଜନ ପୂର୍ବରୁ ଭାରତର ପଶ୍ଚିମ ସୀମା ଆଫଗାନିସ୍ତାନ ଏବଂ ଇରାନ ପର୍ଯ୍ୟନ୍ତ ଥିଲା। ସେତେବେଳେ ହିଙ୍ଗଲାଜ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଏକ ପ୍ରମୁଖ ତୀର୍ଥସ୍ଥାନ ଥିଲା।

ବଲୁଚିସ୍ତାନର ମୁସଲମାନମାନେ ହିଙ୍ଗଲା ଦେବୀଙ୍କୁ ମଧ୍ୟ ପୂଜା କରନ୍ତି। ନବରାତ୍ରୀ ସମୟରେ ମନ୍ଦିରରେ ଏକ ମେଳା ହୁଏ। ଯେଉଁଥିରେ ହଜାର ହଜାର ହିନ୍ଦୁ ଏବଂ ମୁସଲମାନ ସାମିଲ ହୁଅନ୍ତି। ହିଙ୍ଗଲାଜ ମାତାଙ୍କ ମନ୍ଦିର ଏକ ଛୋଟ ଗୁମ୍ଫାରେ ନିର୍ମିତ ହୋଇଛି। ଯେଉଁଥିରେ କେବଳ ଏକ ଛୋଟ ଆକାରର ପଥରକୁ ହିଙ୍ଗଲାଜ ମାତା ଭାବରେ ପୂଜା କରାଯାଇଥାଏ।

Tags: #HinglajTemple #Shaktipeeth #Navratri #Balochistan #Pakistan

LEAVE A REPLY

Please enter your comment!
Please enter your name here