ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଇ ଦାମୋଦର ବେଶ ଆରମ୍ଭ ହୋଇଛି।

କୁମାର ପୂର୍ଣ୍ଣିମା ପରଦିନ ଏହି କାର୍ତ୍ତିକ ବ୍ରତ ଆରମ୍ଭ ହୁଏ। କାର୍ତ୍ତିକ ବ୍ରତରେ ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ହବିଷ୍ୟାଳିମାନେ ପୂଜା ଆରମ୍ଭ କରନ୍ତି। ଏଥିସହ ଫଳ ମୂଳ ନୈବେଦ୍ୟ ଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମାକୁ ପୂଜା କରିଛନ୍ତି ।

କାର୍ତ୍ତିକ ବ୍ରତରେ ହବିଷ୍ୟାଳିମାନେ ଭୋରରୁ ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ତାହାପରେ ଦେହରେ ଚନ୍ଦନ ଲଗାଇ ଭାଗବତ ପାଠ କରନ୍ତି। ଏହା ପରେ ସେମାନେ ତୁଳସୀ ଚଉରା ମୂଳେ ମୁରୁଜ ପକାଇଥାନ୍ତି। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ମହାପ୍ରସାଦ ସେବନ କରିଥାନ୍ତି।

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରହିବାଠାରୁ ଆରମ୍ଭକରି ମହାପ୍ରସାଦ ସେବନ ଏବଂ ବିଭିନ୍ନ ପୂଜା ପାଇଁ ବ୍ୟବସ୍ଥା କରାଯାଇଛି।

Tags: #KartikaBrata #KartikaMasa #Puri

Comment