ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। କିନ୍ତୁ ସର୍ବ ପର୍ବ ଭଳି ଏହି ବୋଇତ ବନ୍ଦାଣ ପର୍ବ ମଧ୍ୟ ଆଜି ଫିକା ପଡ଼ିଛି। କୋଭିଡ କଟକଣା ଯୋଗଁ ନଦୀ, ପୋଖରୀକୁ ଡଙ୍ଗା ଭସାଇବାକୁ ଯାଇନାହାନ୍ତି ଲୋକେ। ସେପଟେ ମନ୍ଦିର ଖୋଲି ନଥିବାରୁ ଆଜି ଭଳି ପବିତ୍ର ଦିନରେ ଭଗବାନଙ୍କ ବି ଦର୍ଶନ କରିପାରିନାହାନ୍ତି ଭକ୍ତ।

କାର୍ତ୍ତିକ ପୂର୍ଣ୍ଣିମାରେ ଗୋଧଇବା ଏବଂ ଡଙ୍ଗା ଭସାଇବା ପାଇଁ ନଦୀ ଏବଂ ପୋଖରୀମାନଙ୍କରେ ଅନେକ ଲୋକଙ୍କ ଗହଳି ହୋଇଥାଏ। ଯାହାକି ରାଜ୍ୟରେ କରୋନା ସଂକ୍ରମଣକୁ ବଢ଼ାଇପାରେ। ତେଣୁ ଏହି ସ୍ଥିତିକୁ ଦୃଷ୍ଟିରେ ରଖି ନଦୀଘାଟରେ ଡଙ୍ଗା ଭସାଇବା ଉପରେ ରାଜ୍ୟ ସରକାର କଟକଣା ଲଗାଇଥିଲେ।

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ଓଡ଼ିଆ ସାଧବ ପୁଅମାନଙ୍କୁ ମନେ ପକେଇଥା’ନ୍ତି ଲୋକେ। କାର୍ତ୍ତିକ ପୂର୍ଣ୍ଣିମା ଆମକୁ ଆମର ଐତିହ୍ୟ ବିଷୟରେ ମନେ ପକାଇଦିଏ। ଓଡ଼ିଆ ଜାତି ଯେ ଦିନେ ବିଶ୍ୱବନ୍ଦନୀୟ ଥିଲା ଏହାର ପରିଚୟ ଆମକୁ ଦିଏ। ବୋଇତ ଓ ଡଙ୍ଗା ନଦୀ, ପୋଖରୀ ଆଦି ଜଳାଶୟରେ ଭସାଇ ଓଡ଼ିଆ ଘରର ଲୋକେ ପ୍ରାଚୀନ ସ୍ମୃତି ମନେ ପକାଇଥାନ୍ତି। ଏଥିସହ ସରିବାକୁ ଯାଉଛି ପବିତ୍ର ଧର୍ମ ମାସ କାର୍ତ୍ତିକ ମାସ।

Comment