ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଆଉ ଆଜି ହେଉଛି କାର୍ତ୍ତିକ ମାସର ପ୍ରଥମ ସୋମବାର। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜା ଆରମ୍ଭ କରିଛନ୍ତି ହବିଷ୍ୟାଳିମାନେ।

ସେପଟେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ।

ହବିଷ୍ୟାଳିମାନେ ଭୋର ୪ଟାରୁ ଉଠି ସ୍ନାନ ସାରି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦେହରେ ଚନ୍ଦନ ଲଗାଇ ଭାଗବତ ପାଠ କରିଥିଲେ। ତୁଳସୀ ଚଉରା ମୂଳେ ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣଙ୍କ ଚିତ୍ର ଆଙ୍କି ପୂଜା କରିଛନ୍ତି।

ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୩୦୦୦ରୁ ଅଧିକ ହବିଷ୍ୟାଳିଙ୍କ ରହିବା ଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।

Tags: #kartikabrata #habishyali #odisha #puri

Comment