ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। କୁମାର ପୂର୍ଣ୍ଣିମା ପରଦିନ ଏହି ବ୍ରତ ଆରମ୍ଭ ହୋଇଥାଏ। ଏହି କାର୍ତ୍ତିକ ବ୍ରତରେ ସକାଳୁ ଚଉରା ମୂଳେ ମୁରୁଜରେ ଠାକୁରଙ୍କ ଚିତ୍ର କରି ପୂଜାର ଆରମ୍ଭ କରିଥା’ନ୍ତି ହବିଷ୍ୟାଳିମାନେ।

କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି। ହବିଷ୍ୟାଳି ମାସେ ଧରି ହବିଷ ବ୍ରତ ପାଳନ କରିବେ।

ହବିଷ୍ୟାଳିମାନେ ଭୋର ୪ରୁ ଉଠି ସ୍ନାନ କରି ପ୍ରଥମେ ତୁଳସୀ ଗଛ ଓ ମହାପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିବେ। ତାହାପରେ ଦେହରେ ଚନ୍ଦନ ଲଗାଇ ଭାଗବତ ପାଠ କରିବେ। ଏହା ପରେ ତୁଳସୀ ଚଉରା ମୂଳେ ମୁରୁଜ ପକାଇବେ। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ ଆଦି ଚିତ୍ର କରିବେ। ଏହାପରେ ମହାପ୍ରଭୁଙ୍କ ଦର୍ଶନ ସାରି ଅବଢ଼ା ସେବନ କରିବେ।

ଆଜି ମହାପ୍ରଭୁଙ୍କ ରାଇ ଦାମୋଦର ବେଶ। ଏହି ବେଶକୁ ଦର୍ଶନ କରିବାକୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।

ଅନ୍ୟପଟେ ପ୍ରଶାସନ ପକ୍ଷରୁ ହବିଷ୍ୟାଳିଙ୍କ ରହିବା ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ହବିଷ୍ୟାଳିମାନଙ୍କୁ ଶିବିରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ତୁଳନୀ ଚଉରା, ଭାଗବତ ପଢ଼ିବା ସ୍ଥାନ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Comment