ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଗୁରୁବାର ଏୟାରଟେଲ୍ ଓଡ଼ିଶା ପକ୍ଷରୁ ସାଇବର ସୁରକ୍ଷା ଉପରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ସ୍ପାମ କଲ୍ ରୋକିବା ପାଇଁ ଏୟାରଟେଲ୍ର ନୂଆ ‘ଏଆଇ’ କ୍ଷମତା ସମ୍ପନ୍ନ ସମାଧାନ ବ୍ୟବସ୍ଥା ବିଷୟରେ ଆଲୋକପାତ କରାଯାଇଥିଲା। ଏୟାରଟେଲ୍ ଓଡ଼ିଶାର ସିଓଓ ବାଲାଜୀ ସିଂହ ଗ୍ରାହକଙ୍କ ସୁରକ୍ଷା ତଥା ସେମାନଙ୍କୁ ଉତ୍ତମ ସେବା ଯୋଗାଇ ପାଇଁ ଏୟାରଟେଲ୍ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ କହିଥିଲେ।
“ବର୍ତ୍ତମାନ ସମୟରେ ଯୋଗାଯୋଗ ପ୍ରକ୍ରିୟା ଯେଉଁଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ଠିକ୍ ସେହି ହାରରେ ଦୈନନ୍ଦିନ ସ୍ପାମ କଲ୍ ତଥା ଅଦରକାରୀ ସ୍ପାମ ମେସଜର ସଂଖ୍ୟା ମଧ୍ୟ ବଢ଼ୁଛି। ପ୍ରତିଦିନ ଏଭଳି କଲ୍ ଆସିବା ଦ୍ୱାରା ଉପଭୋକ୍ତାମାନେ ଅତ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ସମାଧାନ ସ୍ୱରୂପ ଏଆଇ କ୍ଷମତା ସମ୍ପନ୍ନ ସ୍ପାମ କଲ୍ ଓ ମେସେଜ ସନ୍ଧାନକାରୀ ବ୍ୟବସ୍ଥା ଦ୍ୱାରା ସ୍କାମକଲ ନିରୋଧୀ ବ୍ୟବସ୍ଥା ଆଣିଛି ଭାରତୀ ଏୟାରଟେଲ୍”, କହିଛନ୍ତି ବାଲାଜୀ ସିଂହ।
ସେ ଆହୁରି ମଧ୍ୟ କହିଛନ୍ତି, “ଏଆଇ ସହାୟତାରେ ମାତ୍ର ଦୁଇ ମିଲି ସେକେଣ୍ଡରେ ୧.୫ ବିଲିୟନ ମେସେଜ ଏବଂ ୨.୫ ବିଲିୟନ କଲ୍ ରେକର୍ଡ କରିପାରୁଛି ଏୟାରଟେଲ୍। ଏହାଦ୍ଵାରା ସ୍ପାମ କଲ୍ ଓ ମେସେଜଗୁଡ଼ିକୁ ଚିହ୍ନଟ କରି ଗ୍ରାହକଙ୍କୁ ଆମେ ଆଗୁଆ ସତର୍କ ସୂଚନା ମଧ୍ୟ ଯୋଗାଇଦେଉଛୁ। ଏହି ସୁବିଧା ମାଗଣାରେ ଉପଲବ୍ଧ କରାଯାଉଛି।”
ଚଳିତବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏୟାରଟେଲ୍ ଭାରତରେ ଏହି ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲା। ଏହାର ୨୦ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ୫୪ ମିଲିୟନ ସମ୍ଭାବ୍ୟ ସ୍ପାମକଲ୍ ଏବଂ ୨ ମିଲିୟନ ସ୍ପାମ ମେସେଜକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଛି ଏୟାରଟେଲ୍।
ସାଇବର ସୁରକ୍ଷା ଦିଗରେ ହୋଇଥିବା ଏହି ବ୍ୟବସ୍ଥାକୁ ଏୟାରଟେଲ୍ର ଡାଟା ସାଇଣ୍ଟିଷ୍ଟମାନେ ନିଜସ୍ଵ ଉଦ୍ୟମରେ ବିକଶିତ କରିଛନ୍ତି। ଏଥିରେ ଏଆଇ ସହ ଅନେକ ଆଲଗୋରିଦିମର ବ୍ୟବହାର କରି ସ୍ପାମ କଲ୍ ଚିହ୍ନଟ କରାଯାଉଛି। ଏହାପରେ ସମ୍ପୃକ୍ତ ଗ୍ରାହକଙ୍କ ପାଖକୁ ସତର୍କ ମେସେଜ୍ ଯାଉଛି।
ସମଗ୍ର ରାଜ୍ୟରେ ନିଜର ଉପୋଭକ୍ତାମାନଙ୍କ ସୁରକ୍ଷା ବୃଦ୍ଧି ସହ ସମସ୍ତେ କିଭଳି ଉତ୍ତମ ସେବା ପାଇବେ ତଥା ସ୍ପାମ କଲ୍ ଓ ମେସଜରୁ ବଞ୍ଚିତ ହେବେ ଏଥିପ୍ରତି କମ୍ପାନି ଯତ୍ନବାନ ଥିବା ଏୟାରଟେଲ୍ ପକ୍ଷରୁ କୁହାଯାଇଛି। ବିନା କୌଣସି ଆପ୍ ଡାଉନଲୋଡ କରି ତଥା ମାଗଣାରେ ଏହି ସୁବିଧା ପାଇପାରିବେ ସମସ୍ତ ଏୟାରଟେଲ୍ ଉପୋଭକ୍ତା।
Tags: #Airtel #SpamCalls #AITools #CyberSecurity #Technology #India