ଓଡ଼ିଶାଲାଇଭ୍ ବ୍ୟୁରୋ

ନିକିତା ପୋରଓ୍ଵଲ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ୨୦୨୪ ମୁକୁଟ। ବୁଧବାର ରାତିରେ ମୁମ୍ବାଇର ଓ୍ଵର୍ଲିଠାରେ ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନିକିତା। ଦାଦ୍ରା ଓ ନଗର ହାଭେଳିର ରେଖା ପାଣ୍ଡେ ପ୍ରଥମ ରନର ଅପ ହୋଇଥିବା ବେଳେ ଗୁଜରାଟର ଆୟୁଷୀ ଢୋଲକିଆ ଦ୍ଵିତୀୟ ରନର ଅପ ହୋଇଛନ୍ତି।
୨୦୨୩ର ଫେମିନା ମିସ୍ ଇଣ୍ଡିଆ ଟାଇଟଲ ବିଜେତା ରାଜସ୍ଥାନର ନନ୍ଦିନୀ ଗୁପ୍ତା ନିକିତାଙ୍କୁ ଫେମିନା ମିସ ଇଣ୍ଡିଆ କ୍ରାଉନ ପିନ୍ଧାଇଛନ୍ତି। ନିକିତା ମିସ ଓ୍ଵାର୍ଲ୍ଡ ୨୦୨୪ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିବେ। ଫେମିନି ମିସ୍ ଇଣ୍ଡିଆ ୨୦୨୪ରେ ପ୍ରତିଯୋଗିତା ପାଇଁ ୨୯ଟି ରାଜ୍ୟରୁ ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
ଏହା ପୂର୍ବରୁ ନିକିତା ଗତ ଅଗଷ୍ଟ ମାସରେ ଫେମିନା ମିସ ଇଣ୍ଡିଆ ମଧ୍ୟପ୍ରଦେଶ ୨୦୨୪ ଟାଇଟଲ ହାସଲ କରିଥିଲେ। ମଧ୍ୟପ୍ରଦେଶର ଉଜୈନରେ ନିକିତାଙ୍କର ଜନ୍ମ। ନିକିତା ଜଣେ ଜଣାଶୁଣା ଷ୍ଟୋରି ଟେଲର ଏବଂ ଥିଏଟର ଆର୍ଟିଷ୍ଟ। ସେ ଅନେକ ଫିଚର ଫିଲ୍ମରେ କାମ କରିଛନ୍ତି। ୬୦ରୁ ଅଧିକ ଡ୍ରାମରେ ସେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଏକ ଫିଚର ଫିଲ୍ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି। ୧୮ ବର୍ଷ ବୟସରେ ଟିଭି ଆଙ୍କର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ନିକିତା।
Tags: #NikitaPorwal #FeminaMissIndia2024 #Winner #India #FeminaMissIndiaWorld


















