ଓଡ଼ିଶାଲାଇଭ୍ ବ୍ୟୁରୋ

ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ମହାବଳ ବାଘୁଣୀ। ଆସନ୍ତା ସପ୍ତାହରେ ମହାବଳ ବାଘୁଣୀକୁ ଶିମିଳିପାଳ ଅଣାଯିବ ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ବାଘୁଣୀ ଆଣିବା ଲାଗି ଦ୍ଵିତୀୟ ପର୍ଯ୍ୟାୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଘୁଣୀକୁ ଆଣିବା ଲାଗି ୧୦ ଜଣିଆ ଟିମ ମହାରାଷ୍ଟ୍ର ଯାଇଛନ୍ତି। ଏହି ଟିମ ତଡ଼ବା ଜଙ୍ଗଲରେ ରହି ମହାବଳ ବାଘୁଣୀର ଅନୁଧ୍ୟାନ କରିବେ।
ଗତ ଅକ୍ଟୋବର ୨୮ ତାରିଖରେ ମହାରାଷ୍ଟ୍ରର ଅଡ଼ବା ଜଙ୍ଗଲରୁ ଯମୁନା ନାମକ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ଯମୁନାକୁ ଅଭୟାରଣ୍ୟର ସ୍ଵତନ୍ତ୍ର ଏନକ୍ଲୋଜରରେ ଛଡ଼ାଯାଇଥିଲା।
ଶିମିଳିପାଳ ଅଭୟାରଣ୍ୟ ପର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଓଡ଼ିଶାରେ ବର୍ତ୍ତମାନ ମୋଟ ୩୦ଟି ମହାବଳ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୨୭ଟି ଶିମିଳିପାଳ ଅଭୟାରଣ୍ୟରେ ରହିଛନ୍ତି। ୨୭ଟି ମହାବଳ ବାଘ ଭିତରୁ ୧୩ଟି ହେଉଛନ୍ତି କଳା ମେଲାନିଷ୍ଟିକ ବାଘ। ମହାବଳ ବାଘ ବଂଶ ବିସ୍ତାର ଲାଗି ପଦକ୍ଷେପ ନିଆଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
Tags: #SimilipaTigerReserve #Wildlife #Tiger #Odisha