ଓଡ଼ିଶାଲାଇଭ୍ ବ୍ୟୁରୋ

କମିଲା ସୁନା ଦର। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୬୫୦ ଟଙ୍କା ହ୍ରାସ ହୋଇଛି। ସୁନା ମୂଲ୍ୟ ହ୍ରାସ ହେବା ପରେ ଗୁରୁବାର ଦିନ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ଟଙ୍କା ରହିଛି।

ବୁଧବାର ଦିନ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୭୩ ହଜାର ୬୫୦ ଟଙ୍କା ରହିଥିଲା। ସେହିପରି ବୁଧବାର ଦିନ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୮୦ ହଜାର ୩୫୦ ଟଙ୍କା ରହିଥିବାବେଳେ ଗୁରୁବାର ଦିନ ସୁନା ମୂଲ୍ୟରେ ହ୍ରାସ ହୋଇ ୧୦ ଗ୍ରାମ ପିଛା ୭୮ ହଜାର ୫୬୦ ଟଙ୍କା ରହିଛି।

ଏହା ସହ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ବୁଧବାର ଦିନ ୬୦ ହଜାର ୨୬୦ ଟଙ୍କା ରହିଥିବାବେଳେ ଗୁରୁବାର ଦିନ ଏହା ୫୮ ହଜାର ୯୧୦ ଟଙ୍କାକୁ ଖସି ଆସିଛି।

କେବଳ ସୁନା ନୁହେଁ ରୁପା ମୂଲ୍ୟରେ ମଧ୍ୟ ହ୍ରାସ ହୋଇଛି। ରୁପା ମୂଲ୍ୟରେ ୧୦୦ ଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ହୋଇଛି। ଗୁରୁବାର ରୁପା ମୂଲ୍ୟ ୧୦୦ ଗ୍ରାମ ପ୍ରତି ୧୦,୨୦୦ ଟଙ୍କା ରହିଛି। ଏହା ବୁଧବାର ଦିନ ୧୦,୩୦୦ ଟଙ୍କା ରହିଥିଲା।

ଓଡ଼ିଶା ବ୍ୟତୀତ ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୮ ହଜାର ୫୬୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୨ ହଜାର ୧୫୦ ଟଙ୍କା ରହିଥିବାବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୮ ହଜାର ୭୧୦ ଟଙ୍କା ହୋଇଛି।

ଆମେରିକାର ନିର୍ବାଚନ ଫଳାଫଳ ଆସିବା ପରେ ସୁନା ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Tags: #GoldPrice #India #PriceDecreasing #Odisha

Comment