ଓଡ଼ିଶାଲାଇଭ୍ ବ୍ୟୁରୋ

ବିବାହର ପ୍ରଥମ ରାତିରେ ଗଞ୍ଜେଇ ଓ ମଟନ ମାଗିଲେ ନବବଧୂ, ଛାଡ଼ପତ୍ର ଦେଇଦେଲେ ବର

ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚିକତ କରିଦେଇଛି। ନବବଧୂଙ୍କ ଏକ ଅସ୍ୱାଭାବିକ ଦାବି ଯୋଗୁଁ ପ୍ରଥମ ରାତିରେ ହିଁ ଏକ ନବଦମ୍ପତିଙ୍କ ବିଚ୍ଛେଦ ହୋଇଯାଇଛି।

ପୂରା ଘଟଣା ଜାଣିଲେ, ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେଦିନ ଥିଲା ବର-କନ୍ୟାଙ୍କ ପ୍ରଥମ ରାତି। ପ୍ରଥମ ରାତିରେ କି ଉପହାର ଦେବେ ବୋଲି ସ୍ତ୍ରୀଙ୍କୁ ପଚାରିଥିଲେ ସ୍ଵାମୀ। ସାଙ୍ଗେ ସାଙ୍ଗେ ସ୍ତ୍ରୀ କହିଥିଲେ ତାଙ୍କ ପାଇଁ ଗୋଟିଏ ବୋତଲ ବିୟର ଆଣି ଦେବାକୁ। ବିୟର ଆଣିକୁ ରାଜି ହୋଇଥିଲେ ସ୍ଵାମୀ। ପରେ ନବବିବାହିତା ସ୍ତ୍ରୀ ଯାହା ଦାବି କରିଥିଲେ, ଏଥିରେ ସ୍ଵାମୀଙ୍କ ମୁଣ୍ଡ ଘୂରି ଯାଇଥିଲା। ‘ଗାଞ୍ଜା ଅର୍ ମଟନ୍ ଭି ଲେତେ ଆନା’ (ଗଞ୍ଜେଇ ଓ ମଟନ୍ ମଧ୍ୟ ଆଣିଦିଅ) ବୋଲି କହିଥିଲେ ସ୍ତ୍ରୀ। 

ନବବଧୂଙ୍କର ଏପରି ଅପ୍ରତ୍ୟାଶିତ ଅନୁରୋଧ ବରକୁ ବ୍ୟଥିତ କରିଥିଲା। ଏହାକୁ ପୂରଣ କରିବା ପାଇଁ ସେ ମନା କରି ଦେଇଥିଲେ। ଏହାକୁ ନେଇ ନବଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହି ଯୁକ୍ତିତର୍କ ଭୟଙ୍କର ରୂପ ନେଇଥିଲା।

ବର ନିଜ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇବା ସହ ସ୍ତ୍ରୀଙ୍କ ସହିତ ରହିବେ ନାହିଁ ବୋଲି କହିଥିଲେ। ବିବାଦ ବଢ଼ିବା ପରେ ପରିବାର ଲୋକ ଏଥିରେ ହସ୍ତକ୍ଷେପ କରିଥିଲେ। ବର-କନ୍ୟାଙ୍କ ମଧ୍ୟରେ ମତଭେଦ ଦୂର କରିବାକୁ ଉଭୟ ପରିବାର ପ୍ରୟାସ କରି ବିଫଳ ହେବା ପରେ ମାମଲା ପହଁଚିଥିଲା ଥାନାରେ। ପୋଲିସ କର୍ତ୍ତୃପକ୍ଷ ଦମ୍ପତିଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ।

ଅନ୍ୟପଟେ କନ୍ୟାଙ୍କ ପରିବାର ଲୋକଙ୍କ କହିବା କଥା ଯେ ତାଙ୍କ ଝିଅ ମଜା କରିବା ପାଇଁ ମଦ, ଗଞ୍ଜେଇ ମାଗିଥିଲା, ଏହାକୁ ଗୁରୁତ୍ଵ ଦିଆଯିବା ଉଚିତ ନୁହେଁ। ତେବେ ଏଭଳି ସଫେଇରେ ବର ସନ୍ତୁଷ୍ଟ ହୋଇନାହାନ୍ତି। ଫଳରେ କନ୍ୟା ତାଙ୍କ ବାପଘରକୁ ଫେରିଯାଇଛି।

ବରପକ୍ଷ ଲୋକେ ଅଭିଯୋଗ କରିଛନ୍ତି ଯେ କନ୍ୟା, ପୁଅ କି ଝିଅ ସେଥିରେ ସଦେହ ରହିଛି। ତାଙ୍କର କିଛି ଆଚରଣ ତୃତୀୟ ଲିଙ୍ଗୀଙ୍କ ଆଚରଣ ସହ ସମାନ ବୋଲି ସେମାନେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଫଳରେ ଏହି ଘଟଣା ଆହୁରି ବିବାଦୀୟ ହୋଇପଡ଼ିଛି।

ସେହିପରି ଆଉ ଏକ ରୋଚକ କଥା ଘଟଣାକୁ ନୂଆ ମୋଡ଼ ଦେଇଛି। ଏହି ବିବାହ ଚୂଡ଼ାନ୍ତ କରିବା ପାଇଁ ଜଣେ ମଧ୍ୟସ୍ଥ କନ୍ୟା ପରିବାରଠାରୁ ୮୫ ହଜାର ଟଙ୍କା ନେଇଥିବା ଶୁଣିବାକୁ ମିଳିଛି। ଏହା ଜାଣିବା ପରେ ବିବାହ ପଛରେ କି ରହସ୍ୟ ରହିଛି ବୋଲି ପ୍ରଶ୍ନ କରିଛନ୍ତି ବରର ପରିବାର। ତେବେ ଏହାକୁ ଏକ ଭୁଲ ବୁଝାମଣା ବୋଲି କହିଛନ୍ତି କନ୍ୟାପକ୍ଷ।

ଚଉଠି ରାତିରେ ବରକନ୍ୟାଙ୍କ ମଧ୍ୟରେ ଏପରି ଅସ୍ଵାଭାବିକ ବିବାଦ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

Tags: #Marriage #Divorce #UnwantedDemand #CoupleFight #UttarPradesh

Comment