ଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନ ପରିସରରେ ଚାଲିଛି ଚନ୍ଦ୍ରଭାଗୋତ୍ସବ। ମହୋତ୍ସବର ତୃତୀୟ ସନ୍ଧ୍ୟାରେ କବିତା ପାଠୋତ୍ସବ, ଚିତ୍ରକଳା କର୍ମଶାଳା ଓ ବହିମେଳା ଅନୁଷ୍ଠିତ ହୋଇଥିଲା।

କବିତା ପାଠୋତ୍ସବରେ ସୈରିନ୍ଧ୍ରୀ ସାହୁ, ସୃଷ୍ଟିଧର ପରିଡ଼ା, ଡକ୍ଟର ଶିରୀଶ ଚନ୍ଦ୍ର ଜେନା, କବି ଶ୍ରୀଦେବ, ରଜନୀକାନ୍ତ ଶତପଥୀ, ଆଶିଷ ଚକ୍ରବର୍ତ୍ତୀ, ଉତ୍ପଳ ମହାନ୍ତି, ଅଶୋକ ସେନାପତି, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, କମଳିନୀ କାସ୍ତ, ପ୍ରୀତିଲେଖା ଦାସ, ଡକ୍ଟର ଦିଲ୍ଲୀପ ରଥ, ଡକ୍ଟର ଶଶିକାନ୍ତ ମହାନ୍ତି, କବି ସତ୍ୟ ସାହୁ, ଅବନୀ କୁମାର ଜେନା, କବି ସଞ୍ଜୟ ପଣ୍ଡା, କବି ଅଙ୍କିତ ଧଳ ପ୍ରମୁଖ ଉପସ୍ଥିତ ରହି ସମକାଳୀନ କବିତା ଉପରେ ଆଲୋଚନା କରିବା ସହ ସ୍ଵରଚିତ କବିତା ପାଠ କରିଥିଲେ।

ଏହା ପରେ ନାଟ୍ୟକାର ସୁଶାନ୍ତ କୁମାର ଦାସ ଏବଂ ନିର୍ଦ୍ଦେଶକ ଡକ୍ଟର କୁମାର ଗୋପାଲଙ୍କ ନିର୍ଦ୍ଦେଶନାରେ ନାଟକ ‘କାଳପୋଖରୀ’ ପରିବେଷଣ ହୋଇଥିଲା। ଏଥିରେ ଚନ୍ଦନ, ଶ୍ୟାମାପଦ, ପ୍ରାଣବନ୍ଦୁ, ଲକ୍ଷ୍ମୀଧର, ଭାଗୀରଥୀ ଏବଂ ସେଜଲ ସ୍ୱାଗତିକା ପ୍ରମୁଖ ଅଭିନୟ କରିଥିଲେ।

ତୃତୀୟ ଦିବସର ପ୍ରାରମ୍ଭରେ ‘ନାଚ୍’ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ନିର୍ଦ୍ଦେଶିକା ରୋନାଲିସା ପଣ୍ଡାଙ୍କ ସହଯୋଗିତାରେ ସ୍କୁଲ ପିଲାମାନଙ୍କ ମଧ୍ୟରେ ସଂଗୀତ, ରାଇମସ୍ ଏବଂ ବେବି ‘ସୋ’ ପ୍ରତିଯୋଗିତା ହୋଇଥିଲା। ୧୨୯ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଅମରେଶ ପାତ୍ର, ପ୍ରମୋଦ ଦାସ, ଜ୍ୟୋତିର୍ମୟୀ ଶତପଥୀ, ମିନତୀ ସେଠୀ, ରୋନାଲିସା ପଣ୍ଡା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହା ବ୍ୟତୀତ ‘ୟଙ୍ଗହାର୍ଟ’ ତରଫରୁ ଚିତ୍ରଶିଳ୍ପୀ ମରୁତ ରାଉତଙ୍କ ତତ୍ତ୍ଵାବଧାନରେ ୨୦ଜଣ କଳାକାରଙ୍କୁ ନେଇ ଏକ ମିଳିତ ସ୍ପଟ୍ ପେଣ୍ଟିଂ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଭବେଶ  ବିଶ୍ଵାଳ, ଏଲିନା ପଣ୍ଡା, ମୋନାଲି ସେନ, ରୋମାଶା ଗିରି, ସୁନିତା ଦାସ, ଶୁଭମ ରାଉତ, ଦେବାଶିଷ ପତି, ଅରୁଣ ବାରିକ, ଦୀନକୃଷ୍ଣ ଦାସ, ତାପସ ପଣ୍ଡା, ରୁପକ ଦାସ, ପ୍ରତାପ ରାଉତ, ପ୍ରତାପ ସିଂ, ଭାଇନା ମହାପାତ୍ର, ସମିତା ପ୍ରଧାନ, ସୁମନ କମିଲା, ବିରେନ ବେହେରା, ଯଶସ୍ଵୀ ସ୍ଵାଇଁ, ରଜତ ନାୟକ ପ୍ରମୁଖ ଚିତ୍ରଶିଳ୍ପୀମାନେ ଭାଗ ନେଇ ପେଣ୍ଟିଂ କରିଥିଲେ। ଏହି ସମାବେଶରେ ରମେଶ ବେହେରା, ସନ୍ତୋଷ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Tags: #PaintingWorkshop #BookFair #Chandravagotsav #Balasore

LEAVE A REPLY

Please enter your comment!
Please enter your name here