ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ରେ ଚାଲିଛି ଧନୁଯାତ୍ରା। ବରଗଡ଼ ସହରରେ ଚାଲିଛି ମଥୁରା ନରେସ ମହାରାଜା କଂସଙ୍କ ରାଜୁତି। ମହାରାଜ କଂସଙ୍କ ନିର୍ଦ୍ଦେଶରେ ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଗୋପପୁରରେ ପହଁଚିଛି ପୁତନା ରାକ୍ଷସୀ। ସ୍ତନ୍ୟପାନ ଆଳରେ ବିଷ ପିଆଇ ହତ୍ୟା କରିବା ପାଇଁ ଯୋଜନା କରିଛି ପୁତନା। ହେଲେ କ୍ଷୀର ସହ ପୁତନାର ପ୍ରାଣ ଶୋଷି ନେଇଛନ୍ତି ଶ୍ରୀକୃଷ୍ଣ।

ବରଗଡ଼ ଧନୁଯାତ୍ରାରେ ମଞ୍ଚସ୍ଥ ହୋଇଛି ନାଟକର ଏହି ଦୃଶ୍ୟ। ଏହା ଦର୍ଶକଙ୍କ ମନକୁ ଛୁଇଁ ଥିବାବେଳେ ପୁତନା ଭୂମିକାରେ ଅଭିନୟ କରିଥିବା କଳାକାର ନିଜକୁ ଧନ୍ୟ ମନେ କରିଛନ୍ତି। ଦେଖନ୍ତୁ ଭିଡିଓ।

Tags: #BargrhDhanuyatra #Dhanuyatra2025 #OdishaCulture #PutanaCharacter #BargarhDhanuyatraCharacterSeries

Comment