ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍ ୨୦୨୫-୨୬। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ ଉପରେ ଆଜି ସବୁ ଦେଶବାସୀଙ୍କ ନଜର ରହିଛି।

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଶିଳ୍ପ ଓ ଉଦ୍ୟୋଗ, ଚାକିରିଆ ଓ ମହିଳାମାନେ ଏହି ବଜେଟରୁ ଅନେକ ଆଶା ରଖିଛନ୍ତି। ତେବେ ଏହି ବଜେଟରେ କ’ଣ ରହିଛି? ମଧ୍ୟବିତ ପରିବାରଙ୍କ ଚାପ ବଢ଼ିବ ନା କମିବ ତାହା ଆଉ ଅଳ୍ପ ସମୟ ମଧ୍ୟରେ ସ୍ପଷ୍ଟ ହୋଇଯିବ।

ଏହି ବଜେଟ୍ ଅଷ୍ଟାଦଶ ଲୋକସଭାର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ହେବାକୁ ଯାଉଥିବାରୁ ଏହା ବିଶେଷ ଗୁରୁତ୍ଵପୂର୍ଣ୍ଣ ରହିବ ବୋଲି କୁହାଯାଉଛି। ବିଶ୍ଵର ଅର୍ଥ ବ୍ୟବସ୍ଥାରେ ମନ୍ଥର ଗତି ଆସିଥିବାବେଳେ ଭାରତରେ ଆଗତ ହେଉଥିବା ଏହି ବଜେଟକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି।

Tags: #UnionBudget2025-26 #ParliamentBudgetSession #NirmalaSitharaman #MinistryofFinance #India

Comment