ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମଥର ପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଯାଉଛି ବାହାଘର। ଫେବ୍ରୁଆରୀ ୧୨ ତାରିଖରେ ଏଠାରେ ୨ ଜଣ ସିଆରପିଏଫ ଅଧିକାରୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସିଆରପିଏଫରେ ଆସିଷ୍ଟାଣ୍ଟ କମାଣ୍ଡଣ୍ଟ ଥିବା ପୁନମ ଗୁପ୍ତା ଓ ଅବନୀଶ କୁମାରଙ୍କ ଏହି ବାହାଘରକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା।

ପୁମନ ଗୁପ୍ତା ରାଷ୍ଟ୍ରପତି ଭବନରେ ପିଏସଓ ଭାବେ କାର୍ଯ୍ୟ କରୁଥିବାବେଳେ ଅବନୀଶ କୁମାର ଜମ୍ମୁ କାଶ୍ମୀର ସିଆରପିଏଫରେ କାର୍ଯ୍ୟରତ ଅଛନ୍ତି। ତେବେ ଡ୍ୟୁଟି ପାଇଁ ସେମାନଙ୍କ ବିବାହରେ ସମସ୍ୟା ଦେଖାଦେଉଥିଲା। ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଏ ବିଷୟରେ ସୂଚନା ପାଇବା ପରେ ବାହାଘର ରାଷ୍ଟ୍ରପତି ଭବନରେ ହେଉ ବୋଲି ନିଜ ଆଡୁ ପ୍ରସ୍ତାବ ଦେଇଥିଲେ।

ଉଭୟଙ୍କ ବାହାଘର ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ କପ୍ଲେକ୍ସରେ ହେବ। ବାହାଘରରେ ପୁନମ ଓ ଅବନୀଶଙ୍କ ପରିବାର ଲୋକଙ୍କ ସହ ସେମାନଙ୍କ ବନ୍ଧୁବାନ୍ଧବ ଏଅଂ ଅଳ୍ପ ସଂଖ୍ୟାରେ ଅତିଥି ଯୋଗ ଦେବେ। ଏଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଛି।

Tags: #RashtrapatiBhavan #Wedding #CRPFOfficers #India

LEAVE A REPLY

Please enter your comment!
Please enter your name here