ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ ଶାନ୍ତନୁ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବୁଧବାର ଦିନ ଶାନ୍ତନୁ ମହାପାତ୍ରଙ୍କ ଘର ସମେତ ୮ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ।

ସରକାରୀ ବାବୁଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ମିଳିଲାଣି ନଗଦ ୨ କୋଟିରୁ ଅଧିକ ଟଙ୍କା, ପ୍ରାୟ ୩୦୦ ଗ୍ରାମର ସୁନା ଅଳଙ୍କାର, କୋରାପୁଟରେ ୬ ହଜାର ସ୍କୋୟାଫୁଟ ସ୍ଥାନରେ ତିନି ମହାଲା ବିଶିଷ୍ଟ ଆଲିସାନ କୋଠା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ପ୍ରାଇମ ଲୋକେସନରେ ୪ଟି ଦାମୀ ପ୍ଲଟ, ଇନସ୍ୟୁରାନ୍ସ, ବ୍ୟାଙ୍କ ଡିପୋଜିଟ, ଗୋଟିଏ କାର, ଦୁଇଟି ବାଇକ୍ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ।

ମାଲକାନଗିରି ସ୍ଥିତ ଜଳ ବିଭାଜିକା ପ୍ରକଳ୍ପର ଅନ୍ୟ ୩ କର୍ମଚାରୀ ମୋହନ ମଣ୍ଡଳ, ବିସନ ମଣ୍ଡଳ ଓ ଅମୀୟ ସାହୁଙ୍କ ଘରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ।

ଚଢ଼ଉ ସରିବା ପରେ ମୋଟ ସମ୍ପତ୍ତିର ଆକଳନ କରାଯିବ ବୋଲି କହିଛନ୍ତି ଚଢ଼ଉରେ ସାମିଲ ଥିବା ଭିଜିଲାନ୍ସ ଅଧିକାରୀ।

ଏହି ଚଢ଼ଉରେ ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୬ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଶାନ୍ତନୁ ମହାପାତ୍ରଙ୍କ ଘରୁ ବାହାରୁ ଥିବା ସମ୍ପତ୍ତି ଦେଖି ତାଜୁବ ହୋଇଛନ୍ତି ଭିଜିଲାନ୍ସ ଟିମ।

Tags: #VigilanceRaid #MalkangiriWatershedProjectOfficer #SantanuMohapatra #Malkangiri #Odisha

Comment