ଓଡ଼ିଶାଲାଇଭ୍ ବ୍ୟୁରୋଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ବର୍ଷିୟାନ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ୯୦ତମ ଜନ୍ମତିଥି ଅବସରରେ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧ ପ୍ରବାହ’ ଉନ୍ମୋଚିତ ହୋଇଯାଇଛି।

ପରିଷଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ଓଡ଼ିଆ ସାରସ୍ୱତ ଜଗତକୁ ଅବଦାନ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ମୁଖ୍ୟଅତିଥି ଓ ‘ଅକ୍ଷାଂଶ’ ପତ୍ରିକାର ସଂପାଦକ ଡକ୍ଟର ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚନା ଓ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ଏକ ସ୍ବାଗତ ସଙ୍ଗୀତକୁ ଶାନ୍ତି ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, ମମତା ଦାସ ଓ ଶାନ୍ତିଲତା ପଣ୍ଡା ଗାନ କରିଥିଲେ। ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିଲେ। କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସଭାରେ ଦୀନବନ୍ଧୁ ଲେଙ୍କା, ତପନ ରାୟ, ପ୍ରଦୀପ ଚାଟ୍ଟାର୍ଜୀ, ଅରୁଣା ରାୟ, ନିବାରଣ ଜେନା, ରମାକାନ୍ତ ନାୟକ, ରାଜେଶ ଗିରି, ବିଷ୍ଣୁ ମହାନ୍ତି, ସଂଜୟ ପଣ୍ଡା, ଅନସୂୟା ନାୟକ, ଜ୍ୟୋତ୍ସ୍ନା ରାୟ, ନିର୍ମଳା ମହାନ୍ତି, ଡକ୍ଟର ପ୍ରଶାନ୍ତ ମହାନ୍ତି, ଡକ୍ଟର ପୁଣ୍ୟବ୍ରତ ମହାନ୍ତି, ନବନୀତା ମହାନ୍ତି, ବନଲକ୍ଷ୍ମୀ ମହାନ୍ତି, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Tags: #BookInauguration #Prabandha PrabandhaPrabaha #DrPrahladaCharanMohanty #Balasore

Comment