ଓଡ଼ିଶାଲାଇଭ୍ ବ୍ୟୁରୋ

Representative Image

ପାକିସ୍ତାନରେ ଆତଙ୍କବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଦେଶରେ କିଛି ଅଞ୍ଚଳ ଆତଙ୍କବାଦୀଙ୍କ କବ୍ଜାରେ। ଏହାରି ମଧ୍ୟରେ ଦେଶରେ ବଲୁଚିସ୍ତାନ ରାଜ୍ୟରେ ଆତଙ୍କବାଦୀମାନେ ମଙ୍ଗଳବାର ଏକ ଟ୍ରେନ୍ ହାଇଜାକ୍ କରିଛନ୍ତି। ଜାଫର ଏକ୍ସପ୍ରେସକୁ ହାଇଜାକ୍ କରିବା ସହ ସେମାନେ ଏଥିରେ ଥିବା ପାକିସ୍ତାନ ସେନାର ଶତାଧିକ ଅଧିକାରୀ ଓ ଯବାନଙ୍କୁ ପଣବନ୍ଦୀ ରଖିଛନ୍ତି। ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ସଂଗଠନ ଏହି କାଣ୍ଡ କରିଥିବା ସ୍ଵୀକାର କରିଛି।

ଜାଫର ଏକ୍ସପ୍ରେସ ଟ୍ରେନ୍ ପାକିସ୍ତାନର ବଲୁଚିସ୍ତାନ ରାଜ୍ୟର କ୍ୱେଟାରୁ ଖାଇବର ପଖତୁନଖ୍ୱା ରାଜ୍ୟର ପେଶାୱାର ଅଭିମୁଖେ ଯାଉଥିଲା। ଏଥିରେ ୪୫୦ରୁ ଅଧିକ ଯାତ୍ରୀ ଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଏହାର ଇଞ୍ଜିନକୁ ବୋମାରେ ଉଡ଼ାଇ ଦେଇଥିଲେ। ପରେ ସେମାନେ ଟ୍ରେନକୁ ନିଜ କବଳକୁ ନେଇଥିଲେ।   

ବଲୁଚିସ୍ତାନ ଲିବରେସନ ଆର୍ମି ଜାରି କରିଥିବା ବିବୃତ୍ତି ଅନୁସାରେ ଏହି ଟ୍ରେନରେ ଥିବା ଯାତ୍ରୀଙ୍କ ମଧ୍ୟରେ ପାକିସ୍ତାନ ସେନାର ଶତାଧିକ ଅଧିକରୀ, ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ବନ୍ଧକ ରଖାଯାଇଛି। ଏହି ହାଇଜାକ୍ ସମୟରେ ଆତଙ୍କବାଦୀମାନେ ୬ ଜଣ ଯବାନଙ୍କୁ ହତ୍ୟା କରିଥିବା କହିଛନ୍ତି।  

ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି। ତେବେ ଟ୍ରେନ ଉପରେ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସମସ୍ତ ବନ୍ଧକଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ପକ୍ଷରୁ ଧମକ ଦିଆଯାଇଛି। 

Tags: #TrainHijack #ZafarExpress #Balochistan #BLA #PakistanArmy #Pakistan

Comment