ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୨୬୦୩ଟି ଗାଁରେ ନାହିଁ ମୋବାଇଲ ସେବା। ୫-ଜି ଯୁଗରେ ବି ୨-ଜି ମୋବାଇଲ ସେବାରୁ ବଞ୍ଚିତ ରହିଛନ୍ତି ସେହି ସବୁ ଗ୍ରାମର ବାସିନ୍ଦା। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ।

ସୋମବାର ବିଧାନସଭାରେ ବିଧାୟକ ରାମେଶ ବେହେରା ରାଜ୍ୟରେ ମୋବାଇଲ ସେବାର ଉପଲବ୍ଧତାକୁ ନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତର ରଖିଥିଲେ ମନ୍ତ୍ରୀ।

ଓଡ଼ିଶାରେ ଏବେ ମୋଟ୍ ୫୧ ହଜାର ୧୭୬ଟି ଗାଁ ମଧ୍ୟରୁ ୨,୬୦୩ଟି ଗାଁରେ ମୋବାଇଲ ସେବା ଉପଲବ୍ଧ ନାହିଁ। ଭାରତ ସରକାରଙ୍କ ଡିଜିଟାଲ ଭାରତ ନିଧି (ଡିବିଏନ) ପ୍ରକଳ୍ପ ମାଧ୍ୟମରେ ଓ ରାଜ୍ୟ ସରକାରଙ୍କ ସହଯୋଗରେ, ରାଜ୍ୟର ସମସ୍ତ ଗ୍ରାମକୁ ମୋବାଇଲ ସେବା ଯୋଗାଇଦେବା ପାଇଁ ପ୍ରାୟ ୪,୨୧୦ଟି ମୋବାଇଲ ଟାୱାର ସ୍ଥାପନ କରିବା ପାଇଁ ପ୍ରସ୍ତାବ ଅଛି। ସେଥିରୁ ୨,୫୭୨ଟି ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି”, କହିଛନ୍ତି ଡକ୍ଟର ମୁକେଶ ମହାଲିଙ୍ଗ।

ଜୁନ୍ ୨୦୨୫ ସୁଦ୍ଧା ଅନ୍ୟ ସବୁ ଟାୱାରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ନିଜ ଉତ୍ତରରେ କହିଥିଲେ। 

Tags: #MobileConnectivity #Villages #Communication #Odisha

Comment