ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍ ଅଭିନେତ୍ରୀ ଦିଶା ପାଟନୀ ଓ ଟାଇଗର ଶ୍ରର୍ଫ ବି ଟାଉନର ସବୁଠୁ ଅଧିକ ଚର୍ଚ୍ଚିତ କପଲ ମଧ୍ୟରୁ ଜଣେ। ଦୁଇଜଣ ଗତକିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଛନ୍ତି। ଦୁହିଁଙ୍କୁ ଅନେକ ସମୟରେ ଏକାଠି ଡିନର, ମୁଭି ଦେଖିବା, ଲଞ୍ଚ କରୁଥିବା ଦେଖିବାକୁ ମିଳିଛି।

କିନ୍ତୁ ଆପଣ କଣ ଜାଣିଛନ୍ତି କି ଦିଶା ପାଟନୀ ଟାଇଗରଙ୍କୁ ଡେଟ୍ କରିବା ଆଗରୁ ଜଣେ ଟିଭି ଅଭିନେତାଙ୍କ ସହ ଏକ ରୋମାଣ୍ଟିକ୍ ରିଲେସନରେ ଥିଲେ ବୋଲି।

ଯଦି ଖବରକୁ ମାନିବା ତେବେ ଦିଶା ପାଟନି କସୌଟି ଜିନ୍ଦେଗୀ 2ର ଷ୍ଟାର ପାର୍ଥ ସାମଥନଙ୍କ ସହ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଡେଟ୍ କରୁଥିଲେ। ଦିଶା ସେତେବେଳେ ଫିଲ୍ମରେ ଡେବ୍ୟୁ କରିନଥିଲେ। ଏହାସହିତ ପାର୍ଥ ସେତେବେଳେ ଦିଶାଙ୍କଠୁ ଅଧିକ ଲୋକପ୍ରିୟ ଥିଲେ। ମାତ୍ର ଚର୍ଚ୍ଚା ହୁଏ କି ଯେତେବେଳେ ପାର୍ଥ ପୂର୍ବ ବିଗବସ୍ ପ୍ରତିଯୋଗୀ ବିକାଶ ଗୁପ୍ତାଙ୍କ ସହ ମିଶି ଦିଶାଙ୍କୁ ଧୋକା ଦେଉଥିବା କଥା ଜଣାପଡ଼ିଲା ସେତେବେଳେ ଦିଶା ପାର୍ଥଙ୍କଠୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲା। ଏହାର କିଛିଦିନ ପରେ ପାର୍ଥ ମଧ୍ୟ ଏନେଇ ସ୍ୱୀକାର କରିଥିଲେ।

ତେବେ ସମୟ ହିସାବରେ ଉଭୟ ଆଗକୁ ବଢ଼ିଛନ୍ତି ଓ ଉଭୟ ନିଜନିଜ କ୍ଷେତ୍ରରେ ଅନେକ ସଫଳ ବି ହୋଇଛନ୍ତି। ଦିଶାଙ୍କୁ ଟାଇଗରଙ୍କ ଭଲପାଇବା ମିଳିଲା ତାପରୁ ଉଭୟ ଏକ ଭଲ ରିଲେସନସିପରେ ଅଛନ୍ତି। ସେପଟେ ପାର୍ଥ କସୌଟି ଜିନ୍ଦେଗୀ-2ର ତାଙ୍କ କୋଷ୍ଟାର ଏରିକାଙ୍କ ସହ କିଛି ଚାଲିଥିବା ଗସିପ ହେଉଛି। ଏ ନେଇ ସେମାନେ କିଛି ଖୁଲାସା କରି ନାହାନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment