ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଭାରତ। ମଙ୍ଗଳବାର ମଧ୍ୟରାତିରେ ପାକିସ୍ତାନ ଏବଂ ପିଓକେରେ ହୋଇଛି ପ୍ରାୟ ୨୪ଟି ମିଜାଇଲ ମାଡ଼। ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ଟାର୍ଗେଟ କରିଛି ଭାରତୀୟ ସେନାର ୩ ବାହିନୀ। ଏହି ଆକ୍ରମଣରେ ଶତାଧିକ ଆତଙ୍କବାଦୀ ମୃତାହତ ହୋଇଥିବା ସୂଚନା ମିଳିଛି।
ଏହି ଅପରେସନରେ ପାକିସ୍ତାନର ୪ଟି ଏବଂ ପିଓକେର ୫ଟି ସ୍ଥାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ଵଂସ କରିଛି ଭାରତ। ଏଥିରେ ପାକିସ୍ତାନର ବାହାୱଲପୁରରେ ଜୈଶ୍-ଏ-ମହମ୍ମଦ ମୁଖ୍ୟାଳୟ, ଲାହୋରର ମୁଦ୍ରିକେସ୍ଥିତ ଲସ୍କର-ଏ-ତାଇବା ମୁଖ୍ୟାଳୟ, ସିଆଲକୋଟରେ ଥିବା ହିଜବୁଲ ମୁଜାହିଦିନର କ୍ୟାମ୍ପ, ଗୁଲପୁରରେ ଜୈଶ୍-ଏ-ମହମ୍ମଦ କ୍ୟାମ୍ପ, ବରନାଲାରେ ଲସ୍କର-ଏ-ତାଇବା କ୍ୟାମ୍ପ, କୋଟଲିରେ ଜୈଶ୍-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦିନର କ୍ୟାମ୍ପ ଏବଂ ମୁଜାଫରାବାଦରେ ଜୈଶ୍ ଓ ଏଲଇଟି କ୍ୟାମ୍ପ ଉପରେ ମିଜାଇଲ ମାଡ଼ କରିଛି ଭାରତ।
Tags: #pahalgam #OperationSindoor #Warzone #waralert #pakistan


















