ଓଡ଼ିଶାଲାଇଭ୍ ବ୍ୟୁରୋ
ସଫଳ ହେଲା ‘ଅପରେସନ ସିନ୍ଦୂର’। ଭାରତୀୟ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ମାସୁଦ ଆଜହର ପରିବାର ନିପାତ ହୋଇଥିବା ଚର୍ଚ୍ଚା ହେଉଛି। ପାକିସ୍ତାନର ବାହାୱାଲପୁରରେ ଭାରତୀୟ ସେନାଙ୍କ ପକ୍ଷରୁ ହୋଇଥିବା ଆକ୍ରମଣରେ, ମାସୁଦ ପରିବାରର ପ୍ରାୟ ୧୦ ଜଣ ସଦସ୍ୟ ଏବଂ ଚାରି ଜଣ ସହଯୋଗୀ ନିହତ ହୋଇଥିବା ମାସୁଦ ଆଜହର ନିଜେ କହିଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି।
ଜୈଶ-ଇ-ମହମ୍ମଦ ଆତଙ୍କୀ ସଂଗଠନ ପ୍ରତିଷ୍ଠାତା ମାସୁଦ ଆଜହର। ତା’ ନେତୃତ୍ୱରେ ଜୈଶ-ଇ-ମହମ୍ମଦ ୨୦୦୧ ମସିହାରେ ଭାରତୀୟ ସଂସଦ ଉପରେ ଆକ୍ରମଣ, ୨୦୦୦ରେ ଜମ୍ମୁ-କଶ୍ମୀର ବିଧାନସଭା ଉପରେ ଆକ୍ରମଣ, ୨୦୧୬ରେ ପଠାନକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ ଏବଂ ୨୦୧୯ ମସିହାରେ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ଭଳି ଅନେକ ବଡ଼ ବଡ଼ ଆକ୍ରମଣ ଘଟାଇଥିଲା। ୨୦୧୯ରେ ମାସୁଦ ଆଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି ଜାତିସଂଘ ସୁରକ୍ଷା ପରିଷଦ।
#OperationSindoor #MasoodAzhar #Bahawalpur #IndiaStrikesBack


















