ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରେସନ ସିନ୍ଦୂର ପରେ ଭାରତ ଉପରେ ଆକ୍ରମଣ କରିଛି ପାକିସ୍ତାନ। ଗୁରୁବାର ରାତିରେ ଜମ୍ମୁ କଶ୍ମୀର, ପଞ୍ଜାବ ଓ ରାଜସ୍ଥାନର ଏକାଧିକ ଅଞ୍ଚଳରେ ମିଶାଇଲ ଓ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନୀ ସେନା। ଏହାର କଡ଼ା ଜବାବ ଦେଇଛି ଭାରତୀୟ ସେନା।

ଏସ-୪୦୦ ଓ ଅନ୍ୟ ଏୟାର ଡିଫେନ୍ସ ସିଷ୍ଟମ ସହାୟତାରେ ସବୁ ଡ୍ରୋନ ଓ ମିଶାଇଲକୁ ମାରି ଖସାଇ ଦିଆଯାଇଛି। ଏହା ସହିତ ପାକିସ୍ତାନର ୨ଟି ଜେଏଫ୍-୧୭ ଓ ଗୋଟିଏ ଏଫ୍-୧୬ ଲଢ଼ୁଆ ବିମାନକୁ ମଧ୍ୟ ମାରିଥିବା ସୂଚନା ମିଳିଛି।

ପାକିସ୍ତାନର ଏହି ଆକ୍ରମଣରେ ଭାରତରେ କୌଣସି ଜୀବନହାନି ହୋଇନାହିଁ। ପାକିସ୍ତାନର ଆକ୍ରମଣ ପରେ ଭାରତ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଲାହୋରରେ ଅବସ୍ଥିତ ପାକିସ୍ତାନର ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ ସିଷ୍ଟମକୁ ଧ୍ୱଂସ କରିଦେଇଛି ଭାରତୀୟ ସେନା।ଏହା ବ୍ୟତୀତ ପାକିସ୍ତାନର ଇସଲାମାବାଦ, ରାୱଲପିଣ୍ଡି, ଫୈସଲାବାଦ, ସରଗୋଧାଏବଂ ସିଆଲକୋଟରେ ମଧ୍ୟ ସେନା ପକ୍ଷରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Tags: #IndiaStrikesBack #OperationSindoor #PakistanAttack #Indianarmy

Comment