ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧାରୁ ବନ୍ଦ ହେଲା ଆଇପିଏଲ ୨୦୨୫। ଭାରତ-ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଆଇପିଏଲର ଚଳିତ ସିଜିନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି। ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ ଏବଂ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ମେ’ ୮ ତାରିଖରେ ପାକିସ୍ତାନ ଆକ୍ରମଣ ଯୋଗୁଁ ହିମାଚଳ ପ୍ରଦେଶର ଧର୍ମଶାଳାରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ ସମୟରେ ହଠାତ୍ ୩ଟି ଫ୍ଲଡ୍‌ଲାଇଟ୍‌ ବନ୍ଦ କରି ଦିଆଯାଇଥିଲା। ଏହାପରେ ମ୍ୟାଚଟିକୁ ବାତିଲ କରାଯାଇଥିଲା।

ମେ’ ୯ ତାରିଖରେ ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲର ଜରୁରୀ ବୈଠକ ବସିଥିଲା। ଏଥିରେ ସୁରକ୍ଷା ଦୃଷ୍ଟିରୁ ଆଇପିଏଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ମେ’ ୯ ତାରିଖଠାରୁ କୌଣସି ଆଇପିଏଲ୍ ମ୍ୟାଚ୍ ହେବ ନାହିଁ। ଏବେ ବିଦେଶୀ ଖେଳାଳିମାନଙ୍କୁ ସେମାନଙ୍କ ଦେଶକୁ ପଠାଯିବ। ବିସିସିଆଇ ପକ୍ଷରୁ ଖୁବ୍‌ଶୀଘ୍ର ଟୁର୍ଣ୍ଣାମେଣ୍ଟର ନୂଆ ତାରିଖ ଘୋଷଣା କରାଯିବ।

Tags: #IPL2025 #IPLSuspended #OperationSindoor #CricketNews #Waralert

Comment