ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରେସନ ସିନ୍ଦୂରରେ ପାକିସ୍ତାନୀ ଆତଙ୍କୀଙ୍କ ଆଡ୍ଡା ଉପରେ ବ୍ରହ୍ମୋସ ମିଶାଇଲର ବ୍ୟବହାର କରିଥିଲା ଭାରତ। ଏହାର ଗୋଟିଏ ବି ନିଶାନା ଖାଲି ଯାଇନଥିଲା। ତେବେ ଆପଣ ଜାଣନ୍ତି କି, ବ୍ରହ୍ମୋସ ମିଶାଇଲର ମୂଲ୍ୟ କେତେ?

ବ୍ରହ୍ମୋସ୍ ଭାରତ ଏବଂ ରୁଷର ମିଳିତ ସହଯୋଗରେ ବିକଶିତ ବିଶ୍ଵର ଦ୍ରୁତତମ ସୁପରସୋନିକ କ୍ରୁଜ୍ ମିଶାଇଲ। ଭାରତର ବ୍ରହ୍ମପୁତ୍ର ଓ ରୁଷର ମସ୍କୋଭା ନଦୀରୁ ଏହାର ନାମକରଣ କରାଯାଇଛି। ବ୍ରହ୍ମୋସ୍ ସୁପରସୋନିକ୍ ମିଶାଇଲର ରେଞ୍ଜ ୩୦୦ କିଲୋମିଟରରୁ ଅଧିକ। ‘ଫାୟାର ଆଣ୍ଡ୍ ଫରଗେଟ୍’ ମୋଡରେ କାମ କରୁଥିବା ଏହି ମିଶାଇଲକୁ ଜଳ, ସ୍ଥଳ ଓ ଆକାଶରୁ ଲଞ୍ଚ୍ କରାଯାଇପାରିବ।

ଏହି କ୍ଷେପଣାସ୍ତ୍ର ବିକଶିତ କରିବା ପାଇଁ ପ୍ରାଥମିକ ସ୍ତରରେ ୨୫୦ ନିୟୁତ ଡଲାର ଖର୍ଚ୍ଚ ହୋଇଥିଲା। ଭାରତ ଓ ରୁଷର ମିଳିତ କମ୍ପାନି ବ୍ରହ୍ମୋସ୍ ଏରୋସ୍ପେସ ଏହାର ନିର୍ମାଣ କରିଥାଏ। ତେବେ ଗୋଟିଏ ବ୍ରହ୍ମୋସ ୟୁନିଟର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। Tags: #BrahMosMissile #Cost #OperationSindoor #India

Comment