ଓଡ଼ିଶାଲାଇଭ୍ ବ୍ୟୁରୋ
ପହଲଗାମ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ଅପରେସନ ସିନ୍ଦୂରରେ ରାଫେଲ ଜେଟରୁ କ୍ଷେପଣାସ୍ତ୍ର ମାଡ଼ କରି ୯ ଆତଙ୍କୀ ଶିବିରକୁ ନଷ୍ଟ କରିଥିଲା ଭାରତୀୟ ବାୟୁସେନା। ଏହା ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଏହି ଅପରେସନରେ ସାମିଲ ହୋଇଥିବା ତଥା ରାଫେଲ ଲଢୁଆ ବିମାନ ଉଡ଼ାଉଥିବା ଭାରତର ପ୍ରଥମ ଓ ଏକମାତ୍ର ମହିଳା ପାଇଲଟ୍ ସ୍କ୍ୱାଡ୍ରନ ଲିଡର ଶିବାଙ୍ଗୀ ସିଂହ।
ଶିବାଙ୍ଗୀଙ୍କୁ ପାକିସ୍ତାନ କବ୍ଜା କରିନେଇଥିବା ଗୁଜବ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
୩୦ ବର୍ଷୀୟ ଶିବାଙ୍ଗୀ ଉତ୍ତରପ୍ରଦେଶ ବାରାଣାସୀର ବାସିନ୍ଦା। ସେ ୨୦୧୭ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ହାଇଦ୍ରାବାଦର ଭାରତୀୟ ବାୟୁସେନା ଏକାଡେମୀରୁ ସେ ଟ୍ରେନିଂ ନେଇଥିଲେ।
୨୦୨୦ରେ ରାଫେଲ ପାଇଲଟ୍ ଭାବରେ ତାଙ୍କୁ ଚୟନ କରାଯାଇଥିଲା। ପୂର୍ବରୁ ଶିବାଙ୍ଗୀ ମିଗ୍-୨୧ ବିମାନ ମଧ୍ୟ ଉଡ଼ାଇ ସାରିଛନ୍ତି। ଏବେ ମହାକାଶଚାରୀ ହେବାକୁ ଚାହୁଁଛନ୍ତି ଶିବାଙ୍ଗୀ ସିଂହ।
Tags: #OperationSindoor #ShivangiSingh #RafalePilot #Indianairforce


















