ଓଡ଼ିଶାଲାଇଭ୍ ବ୍ୟୁରୋ

ଏକ ନୂଆ ମୋଡ଼ ନେଇଛି ବେଲୁଚିସ୍ତାନର ସ୍ୱାଧୀନତା ଲଢ଼େଇ। ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ପାକିସ୍ତାନର ହିଂସା ଏବଂ ମାନବାଧିକାର ଉଲ୍ଲଂଘନ ପରେ ବେଲୁଚିସ୍ତାନ ନେତା ମୀର ୟାର ବେଲୁଚ୍ ସ୍ଵାଧୀନତା ଘୋଷଣା କରିଛନ୍ତି। ସେ ସୋସିଆଲ ମିଡିଆରେ ‘ରିପବ୍ଲିକ୍ ଅଫ୍ ବେଲୁଚିସ୍ତାନ’ ଘୋଷଣା‌ କରିବା ଏବେ ଟ୍ରେଣ୍ଡ ହେବାରେ ଲାଗିଛି।

ସେ କହିଛନ୍ତି ବେଲୁଚିସ୍ତାନ ପାକିସ୍ତାନର ଅଂଶ ନୁହେଁ। ବେଲୁଚିସ୍ତାନକୁ ଏକ ପୃଥକ ଦେଶ କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟ ସହାୟତା କରୁ ବୋଲି ସେ ଅନୁରୋଧ କରିଛନ୍ତି। ମୀର ୟାର ଜାତିସଂଘକୁ ମଧ୍ୟ ଆବେଦନ କରି ବେଲୁଚିସ୍ତାନରୁ ପାକିସ୍ତାନୀ ସେନା ହଟାଇବାକୁ ଦାବି କରିଛନ୍ତି।

ମୀର ୟାର ବେଲୁଚ୍ କହିଛନ୍ତି ଖୁବ୍‌ଶୀଘ୍ର ବେଲୁଚିସ୍ତାନର ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରାଯିବ। ଏହାସହ ସେ ଭାରତର ପିଓକେ ଖାଲି କରିବା ଦାବିକୁ ମଧ୍ୟ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।

Tags: #MirYarBaloch #Pakistan #Balochistan #Independence

Comment