ଓଡ଼ିଶାଲାଇଭ୍ ବ୍ୟୁରୋ
ଅପରେସନ ସିନ୍ଦୂରରେ ପାକିସ୍ତାନ ଉପରେ ବଡ଼ଧରଣର ଆକ୍ରମଣ କରିଛି ଭାରତ। ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ଵସ୍ତ କରିବା ସହ ପାକ୍ ଏୟାର ଡିଫେନ୍ସ ସିଷ୍ଟମ୍କୁ ପଙ୍ଗୁ କରିଦେଇଛନ୍ତି ଭାରତୀୟ ସେନା। ଚୀନର ଯୁଦ୍ଧାସ୍ତ୍ରକୁ ବିଫଳ କରି ପାକିସ୍ତାନକୁ ଧୂଳି ଚଟାଇଛି ଭାରତ। ଏହାପରେ ବିଶ୍ଵର ସର୍ବବୃହତ୍ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ ହେବା ପାଇଁ ଚୀନ ଦେଖିଥିବା ସ୍ୱପ୍ନ ଚୂରମାର ହୋଇଯାଇଛି।
ପାକିସ୍ତାନରେ ମେଡ ଇନ ଚାଇନା ଅସ୍ତ୍ରଶସ୍ତ୍ର ବିଫଳ ହେବା ପରେ ଚୀନର ଛବିକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ଏହି ଅସ୍ତ୍ର ସବୁ ନିମ୍ନମାନର ବୋଲି ଚର୍ଚ୍ଚା ହେଉଛି, ଫଳରେ ବିଶ୍ଵର ଅନେକ ଦେଶ ଚୀନଠାରୁ ଆଉ ଯୁଦ୍ଧାସ୍ତ୍ର କିଣିବାକୁ ଚାହୁଁ ନାହାନ୍ତି।
ଅପରେସନ ସିନ୍ଦୂର ପରେ ଚୀନର ପ୍ରମୁଖ ପ୍ରତିରକ୍ଷା କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ୯ ପ୍ରତିଶତକୁ ଖସି ଆସିଛି। ଆମେରିକା ଏବଂ ରୁଷ ପରେ ସାମରିକ ବଜାରରେ ଚୀନ ଏକ ବିକଳ୍ପ ହେବା ପାଇଁ ଜୋରଦାର ଉଦ୍ୟମ କରୁଥିବାବେଳେ ଭାରତ-ପାକ୍ ସଂଘର୍ଷ ଏହାକୁ ପଣ୍ଡ କରିଦେଇଛି।
Tags: #OperationSindoor #MilitaryStrike #ChineseWeaponsFail #DefenseIndustry


















