ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷରେ ସତ ମାନିଲା ପାକିସ୍ତାନ। ଭାରତର ଆକ୍ରମଣରେ ପାକିସ୍ତାନର କ୍ଷୟକ୍ଷତି ନେଇ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ। ପାକିସ୍ତାନୀ ଏୟାରବେସଗୁଡ଼ିକରେ ପ୍ରଚଣ୍ଡ ଆକ୍ରମଣ ହୋଇଥିବା ସ୍ଵୀକାର କରିଛନ୍ତି ଶାହବାଜ। ଏହାପରେ ମିଛରେ ନିଜ ବିଜୟର ଖୁସି ମନାଉଥିବା ପାକିସ୍ତାନକୁ ପୁଣି ଲଜ୍ଜିତ ହେବାକୁ ପଡ଼ିଛି।

ଅପରେସନ ସିନ୍ଦୂରର ୧୦ ଦିନ ପରେ ଏକ କାର୍ଯ୍ୟକ୍ରମରେ ସରିଫ କହିଛନ୍ତି, “ମେ’ ୧୦ ତାରିଖ ରାତି ୨ଟା ୩୦ରେ ସେନା ମୁଖ୍ୟ ଆସୀମ ମୁନୀର ସିକ୍ୟୁର ଲାଇନରେ ଫୋନ୍ କରି ଭାରତର ମିଶାଇଲ ଆକ୍ରମଣ ବାବଦରେ ମୋତେ କହିଥିଲେ। ପାକିସ୍ତାନର ନୂରଖାନ ଏୟାରବେସ ଓ ଅନ୍ୟ ସାମରିକ ଘାଟି ଉପରେ ଭାରତ ଆକ୍ରମଣ କରିଥିବା ସୂଚନା ଦେଇଥିଲେ।”

ଆରମ୍ଭରୁ ପାକିସ୍ତାନ ପ୍ରଥମେ ଆକ୍ରମଣକୁ ଅସ୍ୱୀକାର କରୁଥିଲା, ହେଲେ ଭାରତ ଆକ୍ରମଣରେ ଧ୍ଵଂସ ହୋଇଥିବା ଏୟାରବେସର ମରାମତି ପାଇଁ ଏବେ ଟେଣ୍ଡର ଜାରି କରିଛନ୍ତି ପାକିସ୍ତାନୀ ସରକାର। ଏହା ପାକିସ୍ତାନର ମିଛକୁ ପୁଣି ପର୍ଦ୍ଦାଫାସ କରିଛି।

Tags: #OperationSindoor #ShehbazSharif #Pakistan

Comment