ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ବର୍ଷରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ଏକ ବଡ଼ ସମସ୍ୟାରେ ପଡ଼ିଛି। ଦେଶର ଲକ୍ଷ ଲକ୍ଷ ଲୋକ ଅନାହାରରେ କାଳ କାଟୁଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହାର ଖୁଲାସା ହୋଇଛି।

ୟୁନ୍ ଫୁଡ୍‌ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନର ଗ୍ଲୋବାଲ ରିପୋର୍ଟ ଅନ୍ ଫୁଡ୍‌ କ୍ରାଇସିସ ଅନୁଯାୟୀ ପାକିସ୍ତାନର ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଭୟଙ୍କର ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି। କିଛି ଅଞ୍ଚଳରେ ଖାଦ୍ୟଶସ୍ୟର ଅଭାବ ଯୋଗୁଁ ଲୋକେ ଦୁର୍ଭିକ୍ଷ ଓ ଅନାହାର ଭଳି ଜରୁରୀ ସ୍ଥିତିଠାରୁ ଗୋଟିଏ ପାଦ ଦୂରରେ ଅଛନ୍ତି।

ସେହିପରି ପାକିସ୍ତାନର ଗ୍ରାମୀଣ ଅଞ୍ଚଳଗୁଡ଼ିକର ଖାଦ୍ୟ ସଙ୍କଟ ସାଂଘାତିକ ରୂପ ନେବାର ସମ୍ଭାବନା ରହିଛି। ବେଲୁଚିସ୍ତାନ ଓ ସିନ୍ଧରେ କୁପୋଷଣ ମଧ୍ୟ ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଦେଶରେ ରାଜନୈତିକ ଓ ସାମରିକ ଅସ୍ଥିରତା ସ୍ଥିତିକୁ ଆହୁରି ଖରାପ କରୁଛି।

Tags: #Pakistan #FoodCrisis #UNFAO

Comment